ଖେଳ ଦେଶ ବିଦେଶ

ଏଭିନ୍ ଲୁଇସଙ୍କ ବିସ୍ଫୋରକ ବ୍ୟାଟିଂ, ଲଗାଇଲେ ଲଗାତର ଛକା, ଭାଙ୍ଗିବାରୁ ଅଳ୍ପକେ ବର୍ତ୍ତିଗଲା ଯୁବରାଜଙ୍କ ରେକର୍ଡ

ଦୁବାଇ, ୩୧/୦୧: ଆବୁଧାବି ଟି୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଓ୍ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ୍ ଏଭିନ୍ ଲୁଇସ୍ ଗୋଟିଏ ଓଭରରେ ୫ ଛକା ଲଗାଇଛନ୍ତି । ସେ ମରାଠା ଆରବିଆନ୍ସ ବିପକ୍ଷ ଏକ ମ୍ୟାଚରେ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ଏହି ପାଳି ପାଇଁ ଦିଲ୍ଲୀ ବୁଲ୍ସ ମରାଠାକୁ ୯ ଓ୍ୱିକେଟରେ ପରାସ୍ତ କରିଥିଲା ।

ସେଖ ଜାୟଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମରାଠା ୧୦ ଓଭରରେ ୮୭ ରନ୍ କରିଥିଲା । ଜବାବରେ ବୁଲ୍ସ ଲୁଇସଙ୍କ ଇନିଂସ ବଳରେ ୫ ଓଭରରେ ହିଁ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ଲୁଇସ୍ ନିଜ ଇନିଂସରେ ୨ଟି ଚୌକା ଓ ୭ ଛକା ଲଗାଇଥିଲେ । ମାତ୍ର ୯ ବଲରେ ସେ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ବାଂଲାଦେଶ ବୋଲର ମୁଖତାର ଅଲ୍ଲୀଙ୍କୁ ଟାର୍ଗେଟ୍ କରି ଗୋଟିଏ ଓଭରରେ ହିଁ ୫ ଛକା ଲଗାଇଥିଲେ । ସେ ମୋଟ୍ ୧୬ଟି ବଲରୁ ୫୫ ରନ୍ କରିଥିଲେ । ତାଙ୍କ ବ୍ୟତୀତ ଲବି ବୋପାରା ମଧ୍ୟ ୧୨ ବଲରୁ ୨୮ ରନ୍ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ଯୁବରାଜ ଗୋଟିଏ ଓଭରରେ ୬ଟି ଛକା ଲଗାଇଥିଲେ ।

ଏହି ମ୍ୟାଚରେ ମରାଠା ଖରାପ ଆରମ୍ଭ କରିଥିଲା । ପ୍ରଥମ ଓଭରରେ ହିଁ ଦଳକୁ ଝଟକା ଲାଗିଥିଲା । ଦଳ ପକ୍ଷରୁ ଜାଭେଦ ଅହମ୍ମଦ ୧୯ ବଲରୁ ୨୪ ଓ ଅଧିନାୟକ ମୋସଦ୍ଦେକ ହୁସେନ ୨୨ ବଲରୁ ୩୫ ରନ୍ କରିଥିଲେ । ଦିଲ୍ଲୀ ତରଫରୁ ଅହମ୍ମଦ ଭଟ୍ଟ, ଫିଡେଲ ଏଡଓ୍ୱାର୍ଡ ଓ ଅଲ୍ଲୀ ଖାନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ୧୦ ଓଭରରେ ୮୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦିଲ୍ଲୀ ଏଭିନ୍ ଲୁଇସ୍ ଓ ରବି ବୋପାରାଙ୍କ ଇନିଂସ ବଳରେ ବିଜୟଲାଭ କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ