ଦେଶ ବିଦେଶ ମନୋରଞ୍ଜନ

ଏବେ ହସରେ ଲାଗିବ ବ୍ରେକ୍‌, ବନ୍ଦ ହେବାକୁ ଯାଉଛି ‘ଦ କପିଲ୍‌ ଶର୍ମା’ ଶୋ

ମୁମ୍ବାଇ ୦୭।୦୬ : ସୋନି ଟିଭିରେ ପ୍ରସାରିତ ହେଉଥିବା କମେଡି ଶୋ ‘ଦି କପିଲ ଶର୍ମା ଖୁବ୍‌ ଲୋକପ୍ରିୟ । ବର୍ତ୍ତମାନ ଏହି ଶୋ’କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିପାରେ। ବର୍ତ୍ତମାନ ଏହି ଶୋ ବନ୍ଦ ହେବାକୁ ଯାଉଛି । ହଁ, କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଏହା କିଛି ସମୟ ପାଇଁ ବନ୍ଦ ହେବାକୁ ଯାଉଛି ।

ମିଡିଆ ରିପୋର୍ଟ ଅନୁଯାୟୀ ଦୀର୍ଘ ସମୟ ଧରି ପ୍ରସାରିତ ହେଉଥିବା ଶୋ’ କପିଲ ଶର୍ମା କିଛି ସମୟ ପାଇଁ ବ୍ରେକ୍‌ ନେଉଛନ୍ତି । ବାସ୍ତବରେ, ହୋଷ୍ଟ କପିଲ ଶର୍ମା ଏବଂ ତାଙ୍କ ଟିମ୍‌ କୌଣସି କାର୍ଯ୍ୟ ପାଇଁ ଆମେରିକା ଯାଉଛନ୍ତି । ଏହା ତୃତୀୟ ସିଜନ୍ ଜୁନ୍‌ ୫ରେ ଶେଷ ହୋଇଛି ।

ଏହି ଶୋ’ ମାଧ୍ୟମରେ କପିଲ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ମନୋରଞ୍ଜନ କରିଛନ୍ତି।, ପ୍ରଥମ କରି ଶୋ’ରେ ଶାହାରୁଖ ଖାନ ପ୍ରଥମ ଅତିଥି ଭାବରେ ଯୋଗ ଦେଇଥିଲେ। ଯିଏକି ତାଙ୍କ ଚଳଚ୍ଚିତ୍ର’ ଫ୍ୟାନ୍’ର ପ୍ରମୋସନ ପାଇଁ ଆସିଥିଲେ। ଏହା ପରେ ଶ୍ରଦ୍ଧା କପୁର, ଟାଇଗର ଶ୍ରଫ୍, ୟୋ ୟୋ ହନି ସିଂ, ଅକ୍ଷୟ କୁମାର, ଅଜୟ ଦେବଗାନ୍, ୟାମି ଗୌତମ, ବିରେନ୍ଦର ସେହୱାଗ, ଧର୍ମେନ୍ଦ୍ର ଏବଂ କ୍ରିକେଟ୍‌ ଟିମ୍‌ ସହ ଅନେକ ସେଲିବ୍ରେଟ୍ ବିଶେଷ ଅତିଥି ଭାବରେ ଏହି ଶୋ’ରେ ଆସିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ