ଦେଶ ବିଦେଶ ମନୋରଞ୍ଜନ

ଏବେ ମୋଟୁ-ପତଲୁ ବୁଝାଇବେ ଟେକ୍ସର ମହତ୍ୱ; ସାପ-ଶିଢ଼ି ଗେମ୍ ଖେଳି ବୁଝନ୍ତୁ ଟ୍ରାଞ୍ଜାକ୍ସନର ଲାଭ କ୍ଷତି, ଲଞ୍ଚ ହେଲା ସ୍ପେଶିଆଲ୍ କମିକ ବୁକ

ନୂଆଦିଲ୍ଲୀ: ଅନେକ ସମୟରେ ଟେକ୍ସ ପୈଠ ନେଇ ନାନା ସମସ୍ୟା ଉପୁଜିଛି। ଟେକ୍ସ ନିୟମରେ ପରିବର୍ତ୍ତନ ଅନେକ ସହଜରେ ଜାଣିପାରୁ ନାହାନ୍ତି। ତେଣୁ ବ୍ୟକ୍ତିଗତ ଭାବେ ଟେକ୍ସ ପୈଠ କରିବାରେ ବି ସମସ୍ୟା ସୃଷ୍ଟି ହେଉଛି। ତେବେ ଚିନ୍ତା କରନ୍ତୁ ନାହିଁ। ଏହିସବୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଏକ ନୂଆ ବ୍ୟବସ୍ଥା କରିଛନ୍ତି। ଟେକ୍ସ ବ୍ୟବସ୍ଥାକୁ ସହଜରେ ବୁଝିବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ୟାକ୍ସ କମିକ ବୁକ୍ ଓ ଗେମ୍ ଲଞ୍ଚ କରିଛନ୍ତି।

ଆୟକର ବିଭାଗ ଓ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(CBDT) ଉଭୟ ମିଶି ଲୋକପ୍ରିୟ କାର୍ଟୁନ ଚରିତ୍ର ମୋଟୁ ପତଲୁ ସାହାଯ୍ୟରେ ଲୋକଙ୍କୁ ଟ୍ୟାକ୍ସର ମହତ୍ୱ ବୁଝାଇବା ପାଇଁ ଡିଜିଟିଲା କମିକ ବୁକ୍ ପ୍ରସ୍ତୁତ କରିଛନ୍ତି। ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଲଞ୍ଚ କରିବା ସହ ଏକ ବୋର୍ଡ ଗେମ୍‌ ବି ଲଞ୍ଚ କରିଛନ୍ତି। ଲୋକଙ୍କୁ ଟ୍ୟାକ୍ସର ମହତ୍ୱ ସମ୍ପର୍କରେ ବୁଝାଇବା ପାଇଁ ହୋଇଥିବା ଏହି ଅଭାଯାନ ନାଁ #TaxLiteracyKhelKhelMein ରଖିଛନ୍ତି।

କମିବୁକ ସହ ଟେକ୍ସକୁ ବୁଜାଇବା ପାଇଁ ଅନ୍‌ଲାଇନ୍‌ ଗେମ୍‌ ବି ଲଞ୍ଚ ହୋଇଛି। ସାପ ଶିଢ଼ି ଖେଳ ମାଧ୍ୟମରେ ଲୋକଙ୍କୁ ଟ୍ୟାକ୍ସ ବିଷୟରେ ବୁଝାଇ ହେବ। ଏହି ଗେମ୍‌ ଲର୍ଣ୍ଣ ବାଏ ପ୍ଲେ ଉପରେ ପର୍ଯ୍ୟବେଶିତ। ତା ସହ ଟେକ୍ସ ସହ ଜଡ଼ିତ କିଛି 3D ପଜଲ୍ସ ବି ତିଆରି କରାଯାଇଥିବା ବେଳେ ଫାଇନାନ୍ସିଆଲ୍ ଟ୍ରାଞ୍ଜକ୍ସନର ଲାଭ କ୍ଷତି ବିଷୟରେ ବୁଝାଇବା ପାଇଁ ସାପ ଶିଢ଼ି ଗେମ୍ କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ