ମନୋରଞ୍ଜନ

‘ଏବେ ମୁଁ ନିଜେ ମା’ ଙ୍କ ଅବତାର ଧାରଣ କରିବି’ – ନବରାତ୍ରିର ପାବନ ଅବସରରେ ଏପରି କହିଲେ ଅମୃତା

ମୁମ୍ବାଇ ୨୩/୧୦: ଇସ୍କ ଭିସ୍କ,ବିବାହ,ମେଁ ହୁଁ ନା ଭଳି ଦମଦାର ଫିଲ୍ମରେ ଅଭିନୟ କରିଥିବା ଅମୃତା ରାଓ ଖୁବ୍ ଶୀଘ୍ର ନିଜ ଘରେ ନୂଆ ଅତିଥିକୁ ସ୍ବାଗତ କରିବେ। ଅମୃତା ଏବଂ ତାଙ୍କ ସ୍ବାମୀ ଅନମୋଲ୍ ପ୍ରଥମ ଥର ମା-ବାପା ହେଉଥିବାରୁ ଉତ୍ସାହୀ ଅଛନ୍ତି।

ନବରାତ୍ରିର ଖାସ୍ ଅବସରରେ ଅମୃତା ନିଜ ଗର୍ଭଧାରଣର ୯ମାସରେ ଅଛନ୍ତି ଯାହା ତାଙ୍କ ପାଇଁ ଏକ ଆଶୀର୍ବାଦ ଭଳି।
ନିକଟରେ ଗର୍ଭବତୀ ଅମୃତା ରାଓ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ବେବି ବମ୍ପ ସହ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓ ସହ ହିଁ ନବରାତ୍ରିର ୯ମାସରେ ଅମୃତା ଲେଖିଛନ୍ତି ଯେ ‘ନବରାତ୍ରି ଏବଂ ୯ମାସ। ତାଙ୍କ ପ୍ରିୟ,ନବରାତ୍ରିର ପାବନ ଅବସରରେ ପ୍ରେଗନେନ୍ସିର ୯ମାସରେ ହେବା ଯୋଗୁଁ ସେ ନିଜକୁ ଧନ୍ୟ ଅନୁଭବ କରୁଛନ୍ତି। ଏହି ୯ଦିନ ମା ଦୁର୍ଗା ଏବଂ ତାଙ୍କ ୯ଟି ଅବତାରକୁ ସମର୍ପିତ ହୋଇଥାନ୍ତି ଏବଂ ସେ ନିଜକୁ ମାଙ୍କ ଅବତାର ଗ୍ରହଣ କରିବାର ନୂଆ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛନ୍ତି। ସେ ଏହି ପୃଥିବୀରେ ମହିଳାଙ୍କ ସବୁଠୁ ଅଧିକ ଶକ୍ତିକୁ ନମସ୍କାର କରୁଛନ୍ତି ଯାହା ସେ ଉତ୍ତମ ବିଶ୍ବାସ ସହ ସରେଣ୍ଡର କରୁଛନ୍ତି।’

ଆଗକୁ ଅମୃତା ଲେଖିଛନ୍ତି ଯେ ,‘ ମା ଦୁର୍ଗା ପ୍ରତ୍ୟେକ ମାଆ ଏବଂ ମାଆ ହେଉଥିବା ପ୍ରତ୍ୟେକ ମହିଳାଙ୍କୁ ଶକ୍ତି ଦିଅନ୍ତୁ ଏବଂ ମାତୃତ୍ବରେ ଆସୁଥିବା ପ୍ରତ୍ୟେକ ପବିତ୍ର ଅବତାରକୁ ରଖିବା ପାଇଁ ଅଧିକ ଶକ୍ତି ଦିଅନ୍ତୁ। ଆପଣ ସମସ୍ତଙ୍କୁ ଅଷ୍ଟମୀର ଶୁଭ କାମନା।’

ଅମୃତା ୨୦୧୬ମସିହାରେ ଆରଜେ ଅନମୋଲଙ୍କୁ ବିବାହ କରିଥିଲେ। ଦୁହେଁ ଏହି ସମୟରେ କ୍ବାଲିଟି ଟାଇମ୍ ଅତିବାହିତ କରୁଛନ୍ତି। ଏକ ସାକ୍ଷାତକାରରେ ଅମୃତା କହିଥିଲେ ଯେ ପ୍ରେଗନେନ୍ସିର ଫେଜରେ ସ୍ବାମୀ ତାଙ୍କ ବହୁତ ଧ୍ୟାନ ରଖୁଛନ୍ତି। ଅନମୋଲଙ୍କୁ ରେଗୁଲାର ବ୍ଲଡ ଚେକ୍ଅପ ସମୟରେ ଅମୃତାଙ୍କ ପ୍ରେଗନେନ୍ସି ବିଷୟରେ ଜଣା ପଡ଼ିଥିଲା ଯାହା ଶୁଣି ସେ ଅତ୍ୟନ୍ତ ଖୁସି ହୋଇଥିଲେ। ଅନମୋଲଙ୍କୁ ତାଙ୍କ ବ୍ଲଡ ଗୃପ୍ ଯାଞ୍ଚ କରିବାର ଥିବାରୁ ସେ ଡାକ୍ତରଙ୍କୁ ଘରକୁ ଡାକିଥିଲେ। ଏହି ସମୟରେ ସେ ଅମୃତାଙ୍କ ମଧ୍ୟ ବ୍ଲଡ ଟେଷ୍ଟ୍ କରିଥିଲେ।
ରିପୋର୍ଟ ଆସିବାରୁ ଜଣା ପଡ଼ିଥିଲା ଯେ ସେ ଗର୍ଭବତୀ। ସୂଚନା ମିଳିବାର ଗୋଟିଏ ସପ୍ତାହ ପରେ ଲକଡାଉନ୍ ହୋଇଯାଇଥିଲା। ତେଣୁ ସେମାନଙ୍କୁ ଏକାଠି ରହିବାର ସୁଯୋଗ ମିଳିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ