ଦେଶ ବିଦେଶ ମନୋରଞ୍ଜନ

ଏବେ ବି ବି-ଟାଉନ୍‌ରେ ପରିଚୟ ଖୋଜୁଛନ୍ତି ପରିଣୀତି, ବଲିଉଡ୍‌ରେ ବିତିଗଲାଣି ୧୧ ବର୍ଷ

ମୁମ୍ଵାଇ ୧୯।୧୦: ପରିଣୀତିଙ୍କ ସଂଘର୍ଷ ଆକର୍ଷଣୀୟ ସୌନ୍ଦର୍ଯ୍ୟ ସାଙ୍ଗକୁ ସମସ୍ତ ପ୍ରକାର ଚରିତ୍ରରେ ନିଖୁଣ ଅଭିନୟ କରି ବଲିଉଡ୍‌ରେ ନିଜ ସ୍ଥାନ ସୁଦୃଢ଼ କରିଛନ୍ତି ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । କେବଳ ବଲିଉଡ୍‌ କାହିଁକି, ହଲିଉଡ୍‌ ଫିଲ୍ମରେ ଅଭିନୟ କରି ମଧ୍ୟ ସେ ସଫଳ ହୋଇଛନ୍ତି । ପ୍ରିୟଙ୍କାଙ୍କ ଏଭଳି ପ୍ରସିଦ୍ଧି, ଲୋକପ୍ରିୟତା, ସଫଳତା ଦେଖି ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବାକୁ ମନ ବଳାଇଥିଲେ ତାଙ୍କର ସମ୍ପର୍କୀୟ ଭଉଣୀ ପରିଣୀତି ଚୋପ୍ରା ।

୨୦୧୧ରେ ସିନେମାଘରକୁ ଆସିଥିବା ‘ଲେଡିଜ୍‌ ଭର୍ସେସ୍‌ ରିକି ବହଲ୍‌’ ଜରିଆରେ ହିନ୍ଦୀ ସିନେମାରେ ଅଭିନ କ୍ୟାରିୟର ଆରମ୍ଭ କରିଥିଲେ ସେ । ଏହାରି ଭିତରେ ବଲିଉଡ୍‌ରେ ସେ ବିତେଇ ସାରିଲେଣି ୧୧ ବର୍ଷ । ମାତ୍ର ବଡ଼ଭଉଣୀ ପ୍ରିୟଙ୍କା ଭଳି ସଫଳତା ପାଇଛନ୍ତି କି ପରିଣୀତି? ଏ ପ୍ରଶ୍ନର ଉତ୍ତର ହେବ – ‘ନା’ । ୧୧ ବର୍ଷ ଭିତରେ ପରିଣୀତି ୧୫ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଲେଣି । ସେଥିରୁ ପୁଣି ୯ଟି ଫ୍ଲପ୍‌ ।

ଅବଶିଷ୍ଟଗୁଡ଼ିକ ବି ସୁପର ଡୁପର ହିଟ୍‌ କିମ୍ବା ବ୍ଲକ୍‌ବଷ୍ଟର ନୁହେଁ । ଆଭରେଜ୍‌ । ଏମିତିରେ ଆଜି ବି ପରିଚୟ ପାଇଁ, ନିଜ ସ୍ଥାନ ସୁଦୃଢ଼ କରିବା ପାଇଁ ସଂଘର୍ଷ କରୁଛନ୍ତି ପରିଣୀତି । ବଡ଼ ପରଦାରେ ବାରମ୍ବାର ବିଫଳ ହେବା ପରେ ସେ ଟିଭି ରିୟଲିଟି ସୋ’ରେ ଜଜ୍‌ ହେଲେ । ମାତ୍ର ଏଠି ବି ତାଙ୍କୁ ନିରାଶ ହେବାକୁ ପଡ଼ିଲା । ତେବେ ଲଗାତାର ଫ୍ଲପ୍‌ ଫିଲ୍ମ ଦେବା ସତ୍ତେ୍ୱ ପରିଣୀତିଙ୍କୁ ଫିଲ୍ମ ମିଳିବାରେ ଅସୁବିଧା ହୋଇନାହିଁ – ଏହା ତାଙ୍କ ପାଇଁ ଆଶ୍ୱାସନାର କଥା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ