ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏବେ ବି ନ୍ୟାୟ ଅପେକ୍ଷାରେ ଚିଟଫଣ୍ଡ କ୍ଷତିଗ୍ରସ୍ତ: ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ପୂରିଲା ୯ ବର୍ଷ

ନୂଆଦିଲ୍ଲୀ: ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତ ସଂପର୍କିତ ସୁପ୍ରିମକୋର୍ଟଙ୍କ ରାୟକୁ ଆଜି ନଅ ବର୍ଷ ପୂରିଛି। ୨୦୧୪ ମେ ୯ରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ଜଷ୍ଟିସ ଟି.ଏସ୍‌ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଓଡ଼ିଶା, ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମରେ ଶାରଦା ସମେତ ଅନେକ ଅର୍ଥ ଲଗାଣକାରୀ ସଂସ୍ଥା ୧୦ ହଜାର କୋଟି ଟଙ୍କା ଠକେଇ କରିଛନ୍ତି ବୋଲି ଗୁରୁତ୍ବପୁର୍ଣ୍ଣ ରାୟ ଶୁଣାଇବା ସହ ତଦନ୍ତଭାର ରାଜ୍ୟ କର୍ତ୍ତୃପକ୍ଷଙ୍କ ଠାରୁ ଆଣି ସିବିଆଇକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ‌ସୁପ୍ରିମକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ କ୍ଷତିଗ୍ରସ୍ତ ଜମାକାରୀମାନେ ଟଙ୍କା ଫେରସ୍ତ ପାଇବେ ବୋଲି ଆଶା ସଂଚାର ହୋଇଥିଲା। ତେବେ ଏହି ତଦନ୍ତ ଏବେ ବି ଗଡ଼ିଚାଲିଛି। ଜମାକାରୀ ଅର୍ଥ ଫେରସ୍ତ ଓ ନ୍ୟାୟ ଅପେକ୍ଷାରେ ରହିଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍ବାରା ଓଡ଼ିଶାରେ ଜମାକାରୀଙ୍କ ଅର୍ଥ ହଡ଼ପ କରିଥିବା ଅର୍ଥତତ୍ତ୍ବ, ସିସୋର ଓ ଶାରଦା ସହ ୪୪ ଟି କଂପାନି ବିରୋଧରେ ସିବିଆଇ ତଦନ୍ତ ପଥ ପରିଷ୍କାର ହୋଇଥିଲା। ତେବେ ତଦନ୍ତରେ ଶିଥିଳତା ଅଭିଯୋଗ କରି ଜମାକାରୀଙ୍କ ଟଙ୍କା ଫେରସ୍ତ ନି‌ମନ୍ତେ ସାମାଜିକ କର୍ମୀ ପିନାକ ପାଣି ମହାନ୍ତିଙ୍କ ଦ୍ବାରା ୨୦୨୨ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟସନ ଦାଖଲ କରାଯାଇଥିଲା। ଅକ୍ଟୋବର ୧୦, ୨୦୨୨ରେ ବିଚାରପତି ଜଷ୍ଟିସ ଏମ.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ ଜାରି କରି ଜବାବ ମାଗିବା ପରେ ଏହି ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଥିଲା। କୋର୍ଟ ଏହି ମାମଲାରେ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସ କ୍ୟୁରି ନିଯୁକ୍ତି କରିଥିଲେ।

ମାମଲାର ଶୁଣାଣି ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦା‌ଖଲ ସତ୍ୟପାଠରେ କୁହାଯାଇଥିଲା ଯେ ଓପିଆଇଡି ଆଇନ ଅନୁଯାୟୀ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଉଛି। ନଭେମ୍ବର ୨୦୨୨ ସୁଦ୍ଧା ୨.୧୦ ଲକ୍ଷ ଜମାକାରୀଙ୍କୁ ୮୩.୪୬ କୋଟି ଟଙ୍କା ପ୍ରଦାନ କରାଗଲାଣି ବୋଲି ଏଥିରେ କୁହାଯାଇଥିଲା। ସେହିଭଳି ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡି) ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ସମୁଦାୟ ୭ଟି ସଂସ୍ଥାର ତଦନ୍ତ ପିଏମ୍‌ଏଲ୍‌ଏ ଆଇନ, ୨୦୦୨ ଆଧାରରେ କରୁଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ସିବିଆଇ ପକ୍ଷରୁ ମାମଲାଗୁଡ଼ିକର ନିରପେକ୍ଷ ଭାବେ ତଦନ୍ତ କରାଯାଉଥିବା ସତ୍ୟପାଠରେ ଅବଗତ କରିଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଜମାକାରୀଙ୍କ ଟଙ୍କା ଫେରସ୍ତ ଉପରେ ଗୁରୁତ୍ବାରୋପ କରିବା ସହ କେନ୍ଦ୍ର ସମବାୟ ମନ୍ତ୍ରାଳୟ ମାମଲାରେ ପକ୍ଷଭୁକ୍ତ ହୋଇଥିଲା। ସମବାୟ ମନ୍ତ୍ରାଳୟର ପ୍ରସ୍ତାବକୁ ଗ୍ରହଣ କରି ଗତ ମାର୍ଚ ୨୯ରେ ସୁପ୍ରିମକୋର୍ଟ ସାହାର ଗୋଷ୍ଠୀ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ନଅ ମାସ ମଧ୍ୟରେ ଅର୍ଥ ଫେରସ୍ତ ପାଇଁ ରାୟ ପ୍ରକାଶ କରିଥିଲେ। ସାହାରା-ସେବି‌ ଫେରସ୍ତ ଖାତାରେ ପଡି ରହିଥିବା ୨୪,୯୭୯.୬୭ କୋଟିରୁ ୫ ହଜାର କୋଟି ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇତି ମଧ୍ୟରେ ରିଟ ପିଟିସନର ଶୁଣାଣି ଛଅ ଥର ହୋଇସାରିଛି ଓ ମାମଲା ଏବେବି ବିଚାରାଧୀନ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ