ଖେଳ

ଏବେବି ବାତିଲ ‌ହୋଇପାରେ କି ଟୋକିଓ ଅଲିମ୍ପିକ୍ସ? ଅତୀତରେ ୫ଟି ଅଲିମ୍ପିକ୍ସ ବାତିଲ ‌ହୋଇଛି କିଏ ନେଇ ପାରିବ ଚୂଡ଼ାନ୍ତ ନିଷ୍ପତ୍ତି?

କିଏ ନେଇ ପାରିବ ଚୂଡ଼ାନ୍ତ ନିଷ୍ପତ୍ତି?
ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି ବା ଆଇଓସି ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବ। ଆୟୋଜନ ଓ ବାତିଲ ଘୋଷଣା କରିବା ଅଧିକାର କେବଳ ଏହି ସଂଗଠନ ହାତରେ ରହିଛି। ଆୟୋଜକ ସମୟ ସହ ହୋଇଥିବା ଚୁକ୍ତିର ଧାରା ୬୬ରେ ଏଥିନେଇ ବିସ୍ତୃତ ବିବରଣୀ ରହିଛି। କେଉଁ ପରିସ୍ଥିତିରେ ଆଇଓସି ଅଲିମ୍ପିକ୍ସ ବାତିଲ କରିବାକୁ ବାଧ୍ୟ ହେବ,‌ ସେକଥା ମଧ୍ୟ ଏଥିରେ ସ୍ପଷ୍ଟ ଭାବେ ରହିଛି। ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଥିଲେ ଆଇଓସି ଅଲିମ୍ପିକ୍ସ ବାତିଲ କରିବାରେ କୌଣସି ପ୍ରତିବନ୍ଧକର ବି ସମ୍ମୁଖୀନ ହେବନି। ସବୁଠାରୁ ମଜାଦାର କଥା ହେଲା ୨୦୨୦ ଅଲିମ୍ପିକ୍ସ ପାଇଁ ଆୟୋଜକ ୭୮ ଲକ୍ଷ ଟିକେଟ୍‌ ବିକ୍ରି ପାଇଁ ରଖିଥିଲେ। ଏବେ ସୁଦ୍ଧା ସେମାନେ ସ୍ପଷ୍ଟ କରି ନାହାନ୍ତି ଯେ କେତେ ଟିକେଟ୍‌ ଏବେ ସାଧାରଶ ଦର୍ଶକ କିଣି ପାରିବେ।

ଅତୀତରେ ୫ଟି ଅଲିମ୍ପିକ୍ସ ବାତିଲ ‌ହୋଇଛି
ଟୋକିଓ ଅଲିମ୍ପିକ୍ସ ବାତିଲ ହେଲେ କ୍ରୀଡ଼ା ଇତିହାସର ଏହା ପ୍ରଥମ ଘଟଣା ହେବନି। ଅତୀତରେ ଅନ୍ୟୂନ ୫ଟି ଅଲିମ୍ପିକ୍ସ ବିଶ୍ବଯୁଦ୍ଧ କାରଣରୁ ବାତିଲ ହୋଇଛି। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ୧୯୧୬, ୧୯୪୦ ଓ ୧୯୪୪ରେ ବାତିଲ ହୋଇଥିଲା ବେଳେ ୧୯୪୦, ୧୯୪୪ ଶୀତକାଳୀନ ଅଲିମ୍ପିକ୍ସ ମଧ୍ୟ ବିଶ୍ବଯୁଦ୍ଧ ପାଇଁ ଆୟୋଜନ ହୋଇ ପାରି ନଥିଲା। ବିଡ଼ମ୍ବନାର ବିଷୟ ଯେ ୧୯୪୦ ଗ୍ରୀଷ୍ମକାଳୀନ ଓ ଶୀତକାଳୀନ ଟୋକିଓରେ ହିଁ ଆୟୋଜନ ହେବାର ଥିଲା। ଯାହା ପ୍ରଥମେ ସ୍ଥଗିତ ରହିଥିଲା ଏବଂ ପରେ ବାତିଲ ହୋଇ ଯାଇଥିଲା। ଏକମାତ୍ର ଘଟଣା‌ ଭାବେ ୧୯୭୬ ଶୀତକାଳୀନ ଅଲିମ୍ପିକ୍ସ ଆମେରିକାର ଡେନଭରରୁ ଅଷ୍ଟ୍ରିୟାର ଇନ୍ସବ୍ରୁକ୍‌କୁ ସ୍ଥାନାନ୍ତର ହୋଇଥିଲା। କାରଣ ଡେନଭର ସହର ବାସିନ୍ଦା ବଢ଼ି ବଢ଼ି ଚାଲିଥିବା ଦରଦାମ ବିରୋଧରେ ହିଂସା ପ୍ରଦର୍ଶନ କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ