ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମପୁର : ୨୦୨୪ ମସିହା ନିର୍ବାଚନ ପୂର୍ବରୁ ସୁରତର ପ୍ରବାସୀ ଓଡ଼ିଆଙ୍କ ଭୋଟ୍ ହାତେଇବା ପାଇଁ ଏବେଠୁ କସରତ ଆରମ୍ଭ କରିଦେଲେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି।
ସୁରତରେ କେବଳ ଗଞ୍ଜାମ ଜିଲ୍ଲାରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଓଡ଼ିଆ ଭୋଟର୍ ରହିଛନ୍ତି। ଏହି ଭୋଟର୍ଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି। ଏହାର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସ ଗଞ୍ଜାମ ଜିଲ୍ଲା ଗସ୍ତକରି ବିଜେପି ନେତାଙ୍କୁ କର୍ଣ୍ଣମନ୍ତ୍ର ଫୁଙ୍କିଛନ୍ତି। କେନ୍ଦ୍ରମନ୍ତ୍ରୀ ଜର୍ଦୋସ ହେଉଛନ୍ତି ସୁରତର ସାଂସଦ। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଏବଂ ଆସିକା ଲୋକସଭା କ୍ଷେତ୍ର ପାଇଁ ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ଜର୍ଦୋସଙ୍କ ଗସ୍ତ ସହିତ କିଭଳି ସୁରଟରେ ଥିବା ପ୍ରବାସୀ ଓଡ଼ିଆଙ୍କ ଭୋଟର୍ ହାତେଇହେବ, ସେଥିପାଇଁ ଦଳ ବିଧିବଦ୍ଧ ଯୋଜନା ଆରମ୍ଭ କରିଦେଇଛି।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ପରେ ବିଜେପିକୁ କାଉଣ୍ଟର୍ କରିବାକୁ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଥିବା ସୂଚନା ମିଳିଛି। ସୁରତରେ ରହୁଥିବା ପ୍ରବାସୀ ଭୋଟ୍କୁ କିପରି କବ୍ଜା କରାଯିବ ସେଥିପାଇଁ ବିଜେଡିର କସରତ ମଧ୍ୟ ଆରମ୍ଭ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଶ୍ରମମନ୍ତ୍ରୀ ହେବାପରେ ସୁରତ ଗସ୍ତରେ ଯାଇଥିଲେ। ଗଞ୍ଜାମ ଜିଲ୍ଲା ସମେତ ଓଡ଼ିଶା ବିଭିନ୍ନ ଜିଲ୍ଲାରୁ ଯାଇ ସେଠାରେ କାମ କରୁଥିବା ଲୋକଙ୍କ ସୁବିଧା ନିମନ୍ତେ ସହାୟକ କେନ୍ଦ୍ର ଖୋଲିବା ଦିଗରେ ଆଲୋଚନା କରିଥିଲେ। ଏବେ ଦଳ ଏହିଭଳି ଅଭିଯାନକୁ ଆହୁରି ତ୍ବରାନ୍ବିତ କରିବ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ତେବେ ପ୍ରବାସୀ ଓଡ଼ିଆ କାହା ଆଡ଼କୁ ଢଳୁଛନ୍ତି, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l