ରାଜ୍ୟ

ଏଫ୍‌ସିଆଇ କେନ୍ଦ୍ରୀୟ ଦଳ ପକ୍ଷରୁ ମଣ୍ଡି ଯାଞ୍ଚ: ବଲାଙ୍ଗୀର ଓ ବରଗଡ଼ରେ ଯାଞ୍ଚ କରୁଛନ୍ତି

ସମ୍ବଲପୁର: ଏଫ୍‌ସିଆଇର କେନ୍ଦ୍ରୀୟ ପ୍ରତିନିଧି ଦଳ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଏବଂ ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିର ଯାଞ୍ଚ୍‌ କରୁଛନ୍ତି। ମଣ୍ଡିରେ ବସ୍ତାର ସ୍ଥିତି ସହିତ କେଉଁଭଳି ଓ କିଭଳି ପରିବେଶରେ ଚାଉଳ ରଖାଯାଉଛି, ତାହା ଯାଞ୍ଚ୍‌ କରାଯାଉଛି। ସରକାରୀ ମାନଦଣ୍ଡ ଅନୁଯାୟୀ ବୈଜ୍ଞାନିକ ପଦ୍ଧତି ଗ୍ରହଣ କରାଯାଉଛି ନା ତାହାର ଉଲ୍ଲଂଘନ ହେଉଛି ସେ ସଂପର୍କରେ ଯାଞ୍ଚ୍‌ ସମୟରେ ତାହାର ଅନୁଧ୍ୟାନ କରୁଛନ୍ତି। ପଶ୍ଚିମ ଓଡ଼ିଶାର ଅନ୍ୟ ମଣ୍ଡିରେ ଏହିଭଳି ଯାଞ୍ଚ୍‌ କରାଯିବ ବୋଲି କୁହାଯାଉଛି। ତେବେ, ଏହା ଏକ ନିୟମିତ ଯାଞ୍ଚ୍‌ ବୋଲି ଏଫ୍‌ସିଆଇ ପକ୍ଷରୁ କୁହାଯାଇଥିବା ବେଳେ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ମିଳି ପାରିନାହିଁ।

ସୂଚନା ଅନୁଯାୟୀ, ଖାଦ୍ୟ ସଂଗ୍ରହ ନୀତି ଅନୁଯାୟୀ ଏଫ୍‌ସିଆଇ ପକ୍ଷରୁ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବା ଉଚିତ। କେନ୍ଦ୍ର ସହିତ ହୋଇଥିବା ଚୁକ୍ତିନାମା ଅନୁଯାୟୀ ରାଜ୍ୟ ସରକାର ଧାନ ସଂଗ୍ରହ କରନ୍ତି ଏବଂ ମଣ୍ଡି ପରିଚାଳନା ବାବଦର ଅର୍ଥ କେନ୍ଦ୍ର ସରକାର ରାଜ୍ୟକୁ ଦେଇଥାଆନ୍ତି। ତଦନୁଯାୟୀ, ଚାଷୀ ବସ୍ତାରେ ଧାନ ଆଣି ମଣ୍ଡିରେ ଢାଳି ଦେବାପରେ ଯୋଗାଣ ନିଗମ ନିଜ ବସ୍ତାରେ ଏହାକୁ ନେଇ ଓଜନ ସହିତ ଆବଶ୍ୟକ ପ୍ରାପ୍ୟ ଚାଷୀଙ୍କୁ ଦେବା ଉଚିତ। ମାତ୍ର, ଏହା କରାଯାଉନଥିବା ନେଇ ବହୁବର୍ଷ ହେଲା ସମଗ୍ର ରାଜ୍ୟର ଚାଷୀମାନେ ଅଭିଯୋଗ କରି ଆସୁଛନ୍ତି। ଚାଷୀର ଧାନ ବସ୍ତାରେ ଓଜନ ହୁଏ ଏବଂ ତାକୁ ହିଁ ସମବାୟ ସମିତି ମିଲ୍‌କୁ ପଠାଇ ଦିଏ। କିନ୍ତୁ, ଏହି ବସ୍ତା ଆଉ ଚାଷୀଙ୍କ ପାଖକୁ ଫେରେନାହିଁ। ଅର୍ଥାତ୍‌ ଚାଷୀ ବସ୍ତା ବି ଦିଏ କିନ୍ତୁ ଏହା ନପାଇ କ୍ଷତିଗ୍ରସ୍ତ ହୁଏ। ଏଣେ କିନ୍ତୁ ମଣ୍ଡି ହେଣ୍ଡଲିଂ ବାବଦରେ ରାଜ୍ୟ ସରକାର ପାଉଥିବା ଅନୁଦାନ ମଧ୍ୟରେ ବସ୍ତା ମଧ୍ୟ ରହିଛି।

ଏହାକୁ ନେଇ କିଛିବର୍ଷ ପୂର୍ବରୁ ବରଗଡ଼ ଚାଷୀ ନେତା ରମେଶ ମହାପାତ୍ରଙ୍କୁ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୧୦ ବର୍ଷ ମଧ୍ୟରେ ବସ୍ତା ବାବଦରେ ଯୋଗାଣ ନିଗମ ୨୨ ଶହ ୬ କୋଟି ୯୨ ଲକ୍ଷ ୨୫ ହଜାର ୩୯୬ କୋଟି ଟଙ୍କା ପାଇଥିଲା। ଅର୍ଥାତ୍‌ ଯଦି କେନ୍ଦ୍ର ସରକାର ରାଜ୍ୟକୁ ଚାଷୀଙ୍କ ବସ୍ତା ବାବଦରେ ଏତେ ଟଙ୍କା ଦିଏ ଏବଂ ଚାଷୀ ନିଜେ ବସ୍ତା ଦେଇ ମଧ୍ୟ ଯଦି ପାଏ ନାହିଁ ତେବେ ଏହି ବସ୍ତା କୁଆଡ଼େ ଯାଏ ବୋଲି ପ୍ରଶ୍ନ କରାଯାଇଥିଲା। ଏହି ଉତ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ। ଏଫ୍‌ସିଆଇର ଯାଞ୍ଚ ଯଦି ଏହି ବସ୍ତାକୁ ନେଇ ଥାଏ, ତେବେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।