ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଫ୍‌ସିଆଇର ଚାହିଦା ପୂରଣ କରିପାରୁନି ଓଡ଼ିଶା

ଭୁବନେଶ୍ବର : ଓଡ଼ିଶାରୁ ଚାଉଳ କ୍ରୟ ନେଇ ଏଫ୍‌ସିଆଇର କୌଣସି ସମସ୍ୟା ନାହିଁ। ବରଂ ଚାହିଦା ଅନୁଯାୟୀ ରାଜ୍ୟ ଏଫ୍‌ସିଆଇକୁ ଚାଉଳ ଯୋଗାଇପାରୁନାହିଁ। ୫ ଲକ୍ଷ ମେଟ୍ରିକ୍‌ ଟନ୍‌ର ଅରୁଆ ଚାଉଳ ପାଇଁ ଏଫ୍‌ସିଆଇର ଚାହିଦା ଥିବା ବେଳେ ଓଡ଼ିଶା ମାତ୍ର ୬୩ ହଜାର ମେଟ୍ରିକ୍‌ ଟନ୍‌ ଚାଉଳ ଯୋଗାଇପାରୁଛି। ଅଥଚ ୭.୩୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଉଷୁନା ଚାଉଳ ଦିଆଯାଇଥିବା ନେଇ ଏଫ୍‌ସିଆଇ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

୨୦୨୧ରେ ସର୍ବନିମ୍ନ ଚାଉଳ କ୍ରୟ, ୫ ବର୍ଷରେ ଧାନ ସଂଗ୍ରହ ୫୧% ବୃଦ୍ଧି
ଅନ୍ୟ ଜନକଲ୍ୟାଣକାରୀ ଯୋଜନାରେ ଆବଣ୍ଟିତ ଚାଉଳର ଶତପ୍ରତିଶତ ଉଠାଇପାରୁନି

ଏଫ୍‌ସିଆଇ ପକ୍ଷରୁ କୁହାଯାଇଛି ଯେ ୫ ବର୍ଷ ମଧ୍ୟରେ ରାଜ୍ୟରେ ଧାନ ସଂଗ୍ରହ ୫୧ ପ୍ରତିଶତ ବୃଦ୍ଧିପାଇଛି। ଏମ୍‌ଏସ୍‌ପି ବୃଦ୍ଧି ୨୫.୧୬ ପ୍ରତିଶତ ହୋଇଥିବା ବେଳେ ଲାଭାନ୍ବିତ ହୋଇଥିବା ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୮୯.୬୬ ପ୍ରତିଶତ ବୃଦ୍ଧିପାଇଛି। କିନ୍ତୁ ରାଜ୍ୟରୁ ଏଫ୍‌ସିଆଇ କ୍ରୟ କରୁଥିବା ଚାଉଳର ପରିମାଣ ହ୍ରାସ ପାଇଛି। ସୂଚନାନୁସାରେ ୨୦୧୭ ମସିହାରେ ଏଫ୍‌ସିଆଇ ୧୨.୪୦ ଲକ୍ଷ ମେଟ୍ରିକ୍‌ ଟନ୍‌ ମିଲିଂ ଚାଉଳ କ୍ରୟ କରିଥିଲା। ତିନି ବର୍ଷ ଧରି ଲଗାତାର ବୃଦ୍ଧି ପାଇଥିଲା। ମାତ୍ର ୨୦୨୧ ମସିହାରେ ଅହେତୁକ ହ୍ରାସ ପାଇଛି।

ଅନ୍ୟଦିଗରେ ରାଜ୍ୟରେ କଷ୍ଟମ୍‌ ମିଲ୍‌ ଚାଉଳର ପରିମାଣ କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୧୭ ମସିହାରେ ରାଜ୍ୟ ୨୦.୭୫ ଲକ୍ଷ ମେଟ୍ରିକ୍‌ ଟନ୍‌ କଷ୍ଟମ୍‌ ମିଲ୍‌ ଚାଉଳ କ୍ରୟ କରିଥିଲା। ୨୦୨୧ ମସିହାରେ ଏହା ୩୬.୧୬ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି। ଏଫ୍‌ସିଆଇ କ୍ରୟ କରୁଥିବା ଏହି ଚାଉଳ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମେତ ପୋଷଣ, ମଧ୍ୟାହ୍ନ ଭୋଜନ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଉପଯୋଗ ହେଉଛି। ଓଡ଼ିଶାର ବଳକା ଚାଉଳକୁ ଚାଉଳ ଅଭାବ ଥିବା ବିଭିନ୍ନ ରାଜ୍ୟକୁ ରପ୍ତାନି କରାଯାଉଛି। ଏଫ୍‌ସିଆଇର ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ତିନି ବର୍ଷରେ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ୧୧.୪୩ ଲକ୍ଷ, ୧୫.୪୬ ଲକ୍ଷ, ୧୨.୧ ଲକ୍ଷ ମେଟ୍ରିକ୍‌ ଟନ୍‌ର ଚାଉଳ ଏବଂ ୧.୦୭ ଲକ୍ଷ ମେଟ୍ରିକ୍‌ ଟନ୍‌, ୨.୩୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଏବଂ ୧.୮୫ ଲକ୍ଷ ମେଟ୍ରିକ୍‌ ଟନ୍‌ର ଗହମ ଆବଣ୍ଟିତ କରିଥିଲା। ୨୦୨୦, ୨୧ ମସିହାରେ ଓଡ଼ିଶା ୧୦୦ ପ୍ରତିଶତ ଏବଂ ୨୦୨୨ ମସିହା (ଅକ୍ଟୋବର ପର୍ଯ୍ୟନ୍ତ) ୭୩ ପ୍ରତିଶତ ଚାଉଳ ନେଇଛି। ଗହମ ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟ ୬୪.୯ ପ୍ରତିଶତ ନେଇଛି। ଅନ୍ୟ ଦୁଇ ବର୍ଷ ୧୦୦ ଏବଂ ୯୭ ପ୍ରତିଶତ ଗହମ ନେଇଛି।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ ବର୍ଷ ଧରି କେନ୍ଦ୍ର ରାଜ୍ୟକୁ ୧୯.୧୪, ୧୯.୧୮, ୧୯.୨୯, ୧୯.୦୮ ଏବଂ ୧୬.୩୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ, ୨.୯୩, ୨.୯୩, ୨.୯୫, ୨.୯୨ ଲକ୍ଷ ମେଟ୍ରିକ ଟନର ଗହମ ଆବଣ୍ଟିତ କରିଛି। ଚଳିତ ବର୍ଷ କେନ୍ଦ୍ର ସର୍ବନିମ୍ନ ୦.୪୯ ଲକ୍ଷ ମେଟ୍ରିକ୍‌ ଟନ୍‌ର ଗହମ ଦେଇଛି। ସେଥିରୁ ୯୮ ପ୍ରତିଶତ ରାଜ୍ୟ ନେଇ ସାରିଛି। ଅନ୍ୟ ଜନ କଲ୍ୟାଣକାରୀ ଯୋଜନାରେ କେନ୍ଦ୍ରରୁ ମିଳୁଥିବା ସବୁ ଚାଉଳ ରାଜ୍ୟ ନେଇପାରୁନାହିଁ। ଅର୍ଥାତ ୫ ବର୍ଷରେ ୨.୬୫, ୨.୬୪, ୧.୮୪,୨.୧୯ ଏବଂ ୨.୧୯ ଲକ୍ଷ ମେଟ୍ରିକ୍‌ ଟନ୍‌ର ଚାଉଳ, ୦.୬୫, ୦.୬୧, ୦.୫୮, ୦.୫୪, ୦.୩୭ ଲକ୍ଷ ମେଟ୍ରିକ୍‌ ଟନ୍‌ର ଗହମ ଆବଣ୍ଟିତ ହୋଇଥିଲା। ୨୦୧୯ ମସିହାରେ ସର୍ବନିମ୍ନ ୬୭.୦୫ ପ୍ରତିଶତ, ୨୦୧୮ ମସିହାରେ ୭୮.୯ ପ୍ରତିଶତ, ୨୦୨୦ ମସିହାରେ ୮୩.୨ ପ୍ରତିଶତ, ୨୦୨୧ ମସିହାରେ ୯୨.୭ ପ୍ରତିଶତ ଏବଂ ୨୦୨୨ ମସିହାରେ ୭୦.୩୨ ପ୍ରତିଶତ ଲିଫ୍ଟିଂ କରିଥିଲା। କିନ୍ତୁ ଗହମ ୯୯ ରୁ ୯୮ ପ୍ରତିଶତ ନେଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଏଫ୍‌ସିଆଇ ଜିଏମ୍‌ ଲୋକେନ୍ଦ୍ର ସିଂ ଏବଂ ଡିଜିଏମ୍‌ ଦିଲ୍ଲୀପ ସେଠୀ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।