ନୂଆଦିଲ୍ଲୀ,୨୭/୦୨: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପ୍ରୋ ଲିଗରେ ଚଳିତ ସିଜିନର ପ୍ରଥମ ମ୍ୟାଚରେ ବିଜୟ ଲାଭ କରିଛି ଟିମ ଇଣ୍ଡିଆ। ସ୍ପେନକୁ ୨-୧ ଗୋଲରେ ହରାଇଛି ଭାରତୀୟ ମହିଳା ହକି ଟିମ୍ ।
ମ୍ୟାଚରେ ଭାରତୀୟ ମହିଳା ଟିମ୍ ଓ ସ୍ପେନ ମହିଳା ଟିମ୍ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ୨୪ ନମ୍ବର ଜର୍ସି ଖେଳାଳି ଜ୍ୟୋତି ଦ୍ୱିତୀୟ କ୍ୱାର୍ଟରରେ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ୩୨ ନମ୍ବର ଖେଳାଳି ନେହା ଶେଷ କ୍ୱାର୍ଟରରେ ବିଜୟ ସୂଚକ ଗୋଲ ସ୍କୋର କରିଥିଲେ। ସ୍ପେନ ପକ୍ଷରୁ ଏମ.ସେଗୁ ଏକମାତ୍ର ଗୋଲ ସ୍କୋର କରିଛନ୍ତି।
ଭାରତୀୟ ମହିଳା ଟିମ୍ ଘରୋଇ ପରିବେଶରେ ପ୍ରଥମ ଥର ପାଇଁ ଏଫଆଇଏଚ ପ୍ରୋ ଲିଗ ଖେଳୁଛି। ପୂର୍ବରୁ ଓମାନର ମସ୍କଟରେ ଖେଳାଯାଇଥିବା ଚୀନ୍ ବିପକ୍ଷ ୨ଟି ମ୍ୟାଚକୁ ଭାରତ ୭-୧ ଓ ୨-୧ରେ ଜିତିନେବା ପରେ ଏହା ଭାରତୀୟ ମହିଳା ଦଳର ଲଗାତାର ତୃତୀୟ ବିଜୟ।