ସ୍ୱାସ୍ଥ୍ୟ

ଏପ୍ରିଲ୍‌ ୨୬ ପର୍ଯ୍ୟନ୍ତ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଘୋଷଣା କରିବ ପୁଡୁଚେରୀ

ପୁଡୁଚେରୀ: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ବାତାବରଣରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଏପ୍ରିଲ୍‌ ୨୬ ତାରିଖ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ଘୋଷଣା କରିବ ବୋଲି ବୁଧବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଗତକାଲି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ରାତି ୧୦ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି କରିଥିଲା।

ଔପଚାରିକ ଘୋଷଣା ଅନୁସାରେ, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ହେବାର ସମୟ ‘ସେମାନେ’ ନିଜେ ହିଁ ସ୍ଥିର କରିବେ। ଏଭଳି କୁହାଯିବାର ଉଦ୍ଦେଶ୍ୟ ହେଉଛି, ରାତ୍ର ୧୦ଟା ସୁଦ୍ଧା ଦୋକାନର ସମସ୍ତ କର୍ମଚାରୀ ଯେମିତି ଘରେ ପହଞ୍ଚନ୍ତି, ସେ ବାବଦରେ ଦୋକାନ ମାଲିକମାନେ ସୁନିଶ୍ଚିତ ହେବା ଉଚିତ।

ଏହାଛଡ଼ା, ରାତି ୮ଟା ସୁଦ୍ଧା ‘ଡାଇନ୍‌-ଇନ୍‌’ ବନ୍ଦ କରିବା ଲାଗି ପୁଡୁଚେରୀରେ ଥିବା ସମସ୍ତ ହୋଟେଲ୍‌ମାନଙ୍କୁ କୁହାଯାଇଛି। କିନ୍ତୁ, ରାତ୍ର ୧୦ଟା ପର୍ଯ୍ୟନ୍ତ ‘ହୋମ୍‌ ଡେଲିଭରି’ ସେବା ଅବ୍ୟାହତ ରହିବ ବୋଲି ଏହି ଆଦେଶନାମାରେ ନିର୍ଦେଶ ଅଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।