ରାଜ୍ୟ ସ୍ପେଶାଲ ରିପୋର୍ଟ

ଏପ୍ରିଲ୍‌ରୁ ଆରମ୍ଭ ନୂଆ ଶିକ୍ଷାବର୍ଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ହାଇସ୍କୁଲ ପାଠ୍ୟକ୍ରମରେ ଚଳିତ ମାସ ଏପ୍ରିଲ୍ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇ ୨୦୨୪, ମାର୍ଚ ପର୍ଯ୍ୟନ୍ତ ଚାଲିବ। ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଛି, ତାହା ନୂତନ ଶିକ୍ଷାବର୍ଷ(୨୦୨୩-୨୪)ରେ ମଧ୍ୟ ପ୍ରଚଳିତ ହେବ। ନୂତନ ଶିକ୍ଷାବ‌ର୍ଷ(୨୦୨୩-୨୪)ରେ ମୂଲ୍ୟାୟନ ଶୈଳୀ ଚଳିତ ବ‌ର୍ଷର ମୂଲ୍ୟାୟନ ଶୈଳୀ ସଦୃଶ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୌତିକ ବିଜ୍ଞାନ ବହି ଷ୍ଟାର୍‌ ଚିହ୍ନିତ ବିଷୟ ନୂତନ ଶିକ୍ଷାବର୍ଷରେ ପଢ଼ାଯିବ, ପ୍ରଶ୍ନ ବି ଆସିବ

ପୂର୍ବରୁ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ ବହିରେ ଷ୍ଟାର୍‌ ମାର୍କ ଚିହ୍ନିତ ବିଷୟ ପଢ଼ାଯାଉ ନଥିବା ତଥା ପରୀକ୍ଷାରେ ପଡ଼ୁ ନଥିବା ବେଳେ ନୂଆ ଶିକ୍ଷାବର୍ଷ(୨୦୨୩-୨୪)ରେ ସେହି ଷ୍ଟାର ଚିହ୍ନିତ ବିଷୟ ପଢ଼ାଯିବ ଓ ଏଥିରୁ ପରୀକ୍ଷାରେ ପ୍ରଶ୍ନ ଆସିବ ବୋଲି ବୋର୍ଡ ପକ୍ଷରୁ କୁହାଯାଉଛି। ନବମ ଶ୍ରେଣୀରେ ନୂଆ କରି ଆରମ୍ଭ ହୋଇଥିବା ଆସ୍ପିରେସ୍‌ନାଲ୍‌ କମ୍ପୋନେଟ୍‌ସ ନୂଆ ଶିକ୍ଷାବର୍ଷରେ ଉଭୟ ମାଟ୍ରିକ୍, ମଧ୍ୟମାରେ ପ୍ରଚଳିତ ହେବ। ଏ ସଂକ୍ରାନ୍ତରେ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ସମସ୍ତ ସୂଚନା ଦିଆଯାଇଛି। ଚଳିତ ବର୍ଷ ଯେଉଁ ଭଳି ପ୍ରଶ୍ନପତ୍ର ଓ ପରୀକ୍ଷା ଶୈଳୀ ପ୍ରଚଳିତ ହେଉଛି, ନୂଆ ଶିକ୍ଷାବର୍ଷରେ ପ୍ରଚଳିତ ହେବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।