ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏନ୍‌ସିପି ବନାମ ଏନ୍‌ସିପି: ପାୱାର୍‌ ହରାଇଲେ ଶରଦ; ଅଜିତ ସଭାପତି

ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଏନ୍‌ସିପି ବନାମ ଏନ୍‌ସିପି କ୍ଷମତା ସଂଘର୍ଷ ଆଜି ନୂଆ ମୋଡ଼ ନେଇଛି। ଶରଦ ପାୱାରଙ୍କୁ ଆଜି ଆଉ ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କ ଅଜାଣତରେ ବିଦ୍ରୋହୀ ଅଜିତ ପାୱାର ଗୋଷ୍ଠୀ ତାଙ୍କୁ ଏନ୍‌ସିପି ସଭାପତି ପଦରୁ ହଟାଇ ଦେଇଛନ୍ତି। ବିଦ୍ରୋହର ୨ ଦିନ ପୂର୍ବରୁ ସେମାନେ ଜୁନ୍‌ ୩୦ ତାରିଖରେ ଅଜିତ ପାୱାରଙ୍କୁ ଦଳର ସଭାପତି ନିର୍ବାଚିତ କରିଛନ୍ତି। ଏନେଇ ସେମାନେ ଇସି (ନିର୍ବାଚନ କମିସନ)ଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ଅଜିତ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ନିର୍ବାଚନ କମିସନ୍‌ଙ୍କ ନିକଟକୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଜୁନ୍‌ ୩୦ ତାରିଖ ବୈଠକରେ ଅଜିତ ପାୱାରଙ୍କୁ ଦଳର ସଭାପତି ନିର୍ବାଚିତ କରାଯାଇଛି ଏବଂ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ପ୍ରସ୍ତାବ ଗୃହୀତ ହୋଇଛି। ଅନ୍ୟପକ୍ଷେ ଇସିଙ୍କ ପାଖକୁ ଚିଠି ଲେଖି ଅଜିତ ପାୱାର ଗୋଷ୍ଠୀ ଦଳର ନାମ ଓ ଚିହ୍ନ ଉପରେ ଅଧିକାର ଦାବି କରିଛନ୍ତି। ସେମାନେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ଇତିମଧ୍ୟରେ ଶରଦ ପାୱାରଙ୍କ ବିଶ୍ବସ୍ତ ଜୟନ୍ତ ପାଟିଲ ମଧ୍ୟ ଇସିଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ୯ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ ଇସିଙ୍କୁ ଅବଗତ କରିଛନ୍ତି। ଦଳ ବଦଳ ନିରୋଧ ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦଳ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି।

ଇସିଙ୍କ ନିକଟରେ ଦଳର ନାମ-ଚିହ୍ନ ଦାବି କଲେ
ବିଦ୍ରୋହର ୨ ଦିନ ପୂର୍ବରୁ ଅଜିତ ପାୱାର ଦଳର ସଭାପତି ନିର୍ବାଚିତ
ସଂଖ୍ୟାଖେଳରେ ବିଦ୍ରୋହୀ ଗୋଷ୍ଠୀ ଆଗରେ

ଅନ୍ୟପକ୍ଷେ ଆଜି ସଂଖ୍ୟାଖେଳରେ ବି ଅଜିତ ପାୱାର ଆଗରେ ରହିଛନ୍ତି। ଉଭୟ ଶରଦ ପାୱାର ଏବଂ ଅଜିତ ପାୱାର ସେମାନଙ୍କ ନିକଟରେ ୫୩ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ଶକ୍ତି ପ୍ରଦର୍ଶନ କରିଥିଲେ। ଅଜିତ ପାୱାର ମୁମ୍ବାଇର ବାନ୍ଦ୍ରାରେ ବୈଠକ କରିଥିବା ବେଳେ ଶରଦ ପାୱାର ମୁମ୍ବାଇର ନରିମାନ ପଏଣ୍ଟ୍‌ରେ ବୈଠକ କରିଛନ୍ତି। ୪୨ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ଅଜିତ ପାୱାରଙ୍କ ଗୋଷ୍ଠୀର ଶକ୍ତି ପ୍ରଦର୍ଶନରେ ଆଜି ୩୨ ବିଧାୟକ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଶରଦ ପାୱାରଙ୍କ ଶକ୍ତି ପ୍ରଦର୍ଶନରେ ୧୮ ବିଧାୟକ ଉପସ୍ଥିତ ଥିବା ଜଣାପଡ଼ିଛି। ଏନ୍‌ସିପିର ଏହି କ୍ଷମତା ସଂଘର୍ଷ ମଧ୍ୟରେ ଅଜିତ ପାୱାରଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କୁ ମୁମ୍ବାଇର ଏକ ହୋଟେଲରେ ରଖାଯାଇଛି। ଅଜିତ ପାୱାର କହିଛନ୍ତି, ଶରଦ ପାୱାରଙ୍କ ଗୋଷ୍ଠୀର କିଛି ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଶରଦ ପାୱାର ଆସନ୍ତାକାଲି ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। ଆଗକୁ ସ୍ଥିତି କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ