ରାଜ୍ୟ

ଏନ୍‌ଏଫ୍‌ଆଇ ପକ୍ଷରୁ ‘ସ୍ବାଧୀନ ସାମ୍ବାଦିକ ଫେଲୋସିପ୍‌’: ଆବେଦନ ପାଇଁ ଆଉ ୨ ଦିନ ବାକି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବ‌ନେଶ୍ବର : ନ୍ୟାସନାଲ ଫାଉଣ୍ଡେସନ୍‌ ଫର୍‌ ଇଣ୍ଡିଆ(ଏନ୍‌ଏଫ୍‌ଆଇ) ପକ୍ଷରୁ ଦିଆଯିବାକୁ ଥିବା ‘ସ୍ବାଧୀନ ସାମ୍ବାଦିକ ଫେଲୋସିପ୍‌’ ପାଇଁ ଆବେଦନକୁ ଆଉ ମାତ୍ର ୨ ଦିନ ବାକି ରହିଲା। ଏହି ଫେଲୋସିପ୍‌ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୨୬ ତାରିଖ ସୁଦ୍ଧା ଏନ୍‌ଏଫ୍‌ଆଇର ୱେବ୍‌ସାଇଟ୍‌ http://nfi.org.in/fellowships ରେ ନିଜ ନାମ ପଞ୍ଜୀକରଣ କରିନେବାକୁ ଏନ୍‌ଏଫ୍‌ଆଇ ପକ୍ଷରୁ କୁହାଯାଇଛି। ‘ସମ୍ବାଦ’ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ଅଭିନବ କାର୍ଯ୍ୟକ୍ରମରେ ୧୫ଜଣ ଯୋଗ୍ୟ ଓଡ଼ିଆ ସ୍ବାଧୀନ ସାମ୍ବାଦିକଙ୍କୁ ଫେଲୋସିପ୍‌ ପ୍ରଦାନ କରାଯିବ।

ସାମ୍ବାଦିକତା ଯେଉଁମାନଙ୍କ ପ୍ରାଥମିକ ବୃତ୍ତି ତଥା ଜୀବିକାର ଉତ୍ସ ହୋଇଥିବ ଓ କୌଣସି ସଂସ୍ଥାର ବେତନପ୍ରାପ୍ତ କର୍ମଚାରୀ ଭାବେ ପୂର୍ଣ୍ଣକାଳୀନ ଭିତ୍ତିରେ ନିଯୁକ୍ତ ହୋଇନଥିବେ, ସେମାନେ ଏହି ଫେଲୋସିପ୍‌ ପାଇଁ ଆବେଦନ କରିପାରିବେ। ସାମ୍ବାଦିକତା ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ କୌଣସି ମିଡିଆ ସଂସ୍ଥା କିମ୍ବା ଅନ୍ୟ କୌଣସି ସଂସ୍ଥା ଦ୍ୱାରା ପୂର୍ଣ୍ଣକାଳୀନ ଭାବେ ଚାକିରି କରୁନଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ଫେଲୋସିପ୍‌ ପାଇବା ପାଇଁ ନିର୍ଦ୍ଧାରିତ ହୋଇଥିବା ମାନଦଣ୍ଡ ଓ ଅନ୍ୟାନ୍ୟ ନିୟମାବଳୀ ସଂପର୍କରେ ଜାଣିବା ପାଇଁ http://nfi.org.in/fellowships ରେ ଲଗ୍‌-ଇନ୍‌ କିମ୍ବା ମେଲ୍‌ ଯୋଗେ mediafellowship@nfi.org.inରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ମେଲ୍‌ ପଠାଇବା ବେଳେ ‘ବିଷୟ’ (subject) ସ୍ଥାନରେ “ଜିଜ୍ଞାସା: NFI ମିଡିଆ ଫେଲୋସିପ୍” ଉଲ୍ଲେଖ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏନ୍‌ଏଫ୍‌ଆଇ ସଚ୍ଚୋଟ ତଥା ବିଶ୍ବସନୀୟ ସାମ୍ବାଦିକତାକୁ ପ୍ରୋତ୍ସାହିତ ପାଇଁ ନଭେମ୍ବର ୨୦୨୦ରୁ ‘ମିଡିଆ ଫେଲୋସିପ୍ କାର୍ଯ୍ୟକ୍ରମ’ ଜରିଆରେ ବିଭିନ୍ନ ଭାଷାର ସ୍ବାଧୀନ ସାମ୍ବାଦିକମାନଙ୍କୁ ଏଭଳି ଫେଲୋସିପ୍‌ ପ୍ରଦାନ କରିଆସୁଛି। ଚଳିତଥର ୧୫ଜଣ ଓଡ଼ିଆ ସ୍ବାଧୀନ ସାମ୍ବାଦିକଙ୍କୁ ଏହି ଫେଲୋସିପ୍‌ ପ୍ରଦାନ କରାଯିବ। ଓଡ଼ିଶାରେ ସର୍ବାଧିକ ପଠିତ ଓ ପ୍ରସାରିତ ଖବର କାଗଜ ‘ସମ୍ବାଦ’ ସହଯୋଗରେ ଏନ୍‌ଏଫ୍‌ଆଇ ଏହି ଫେଲୋସିପ୍‌ କାର୍ଯ୍ୟକ୍ରମ କରୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।