ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏନ୍‌ଆଇଟି ରାଉରକେଲାରେ ବିଭାଗ ବଦଳାଇବାର ବିକଳ୍ପ ‌ଶେ‌‌ଷ

ନୂଆଦିଲ୍ଲୀ : ଆଇଆଇଟି, ଏନ୍‌ଆଇଟି, ଆଇଆଇଆଇଟି ସମେତ ଦେଶର ଅନେକ ଶୀର୍ଷ ବୈଷୟିକ ସଂସ୍ଥାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୃଦ୍ଧି ହେଉଥିବା ଚାପକୁ ଦୃଷ୍ଟିରେ ରଖି ସ୍ନାତକ କାର୍ଯ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଭାଗ ବଦଳାଇବାର ବିକଳ୍ପକୁ ବନ୍ଦ କରିଦିଆଯାଇଛି। ଆଇଆଇଟି କମିଟିର ରିପୋର୍ଟ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ ତିନିଟି ଆଇଆଇଟି, ଆଠଟି ଏନ୍ଆଇଟି ଓ ଆଠଟି ଆଇଆଇଆଇଟିରେ ବିଭାଗ ବଦଳାଇବାର ବିକଳ୍ପକୁ ସମାପ୍ତ କରିଦିଆଯାଇଛି। ଏଥିରେ ଏନ୍‌ଆଇଟି ରାଉରକେଲା ରହିଛି। ସୂଚନାଯୋଗ୍ୟ, ବିଟେକ୍ ପାଠ୍ୟକ୍ରମରେ ଗୋଟିଏ ବର୍ଷର ଅଧ୍ୟୟନ ପରେ ମନପସନ୍ଦର ବିଭାଗ ବାଛିବାର ବିକଳ୍ପ ରହିଥାଏ। ହେଲେ ମନପସନ୍ଦ ବିଭାଗ ନମିଳିବାରୁ ଛାତ୍ରଛାତ୍ରୀମ‌ାନେ ଚାପରେ ରହୁଥିଲେ। ବିଟେକ୍‌ରେ ଛାତ୍ରମାନଙ୍କୁ ପ୍ରଥମ ବର୍ଷରେ ୧୦ରୁ ୯ ସିଜିପିଏ ହାସଲ କରିବା ପରେ ବିଭାଗ ବଦଳାଇବାର ବିକଳ୍ପ ରହୁଥିଲା। ଅନ୍ୟ ପକ୍ଷରେ ମନପସନ୍ଦର ବିଭାଗ ମିଳିବାର କୌଣସି ଗ୍ୟାରେଣ୍ଟି ରହୁନଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ