ଅପରାଧ ଦେଶ ବିଦେଶ

ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ହତ୍ୟା ଧମକ : ‘ଯାହା କରିଛ ପରିଣାମ ଭୋଗିବ’

ନୂଆଦିଲ୍ଲୀ, ୧୯|୦୮: ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ଧମକ । ସୋସିଆଲ ମିଡିଆ ଜରିଆରେ ଆଇଆରଏସ ଅଧିକାରୀ ତଥା ଏନସିବି ଅଧିକାରୀ ସମୀରଙ୍କୁ ହତ୍ୟା ଦମକ ଦିଆଯାଇଛି । ସମୀର ମୁମ୍ବାଇ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ଯେ, ଅଗଷ୍ଟ ୧୪ରେ ତାଙ୍କୁ ଟ୍ୱିଟରରେ ଧମକ ଦିଆଯାଇଥିଲା । ଯେଉଁ ୟୁଜର ହତ୍ୟା ଧମକ ଦେଇଥିଲେ ସେ ସେହିଦିନ ହିଁ ଆକାଉଣ୍ଟ ଖୋଲିଥିଲେ ।

ହତ୍ୟା ଧମକ ପାଇବା ପରେ ସମୀର ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ । ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଟ୍ୱିଟର ଆକକାଉଣ୍ଟ ଜରିଆରେ ଧମକ ମିଳିଛି । ତୁମେ କଣ କରିଛ ଜାଣିନ । ଏହାର ପରିଣାମ ତୁମକୁ ଭୋଗିବାକୁ ପଡିବ ବୋଲି ଧମକରେ ଉଲ୍ଲେଖ ରହିଥିଲା । ଏହାସହ ଶେଷରେ ତୁମକୁ ଶେଷ କରିଦେବୁ ବୋଲି ଲେଖାଯାଇଥିଲା ।

ଘଟଣାକୁ ନେଇ ଗୋରେଗାଓଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଯେଉଁ ଆକାଉଣ୍ଟରୁ ଧମକ ମିଳିଛି ସେଥିରେ କେହି ଫଲୋଅର୍ସ ନାହାଁନ୍ତି । ଏହା କେବଳ ଧମକ ଦିଆଯିବା ପାଇଁ ଖୋଲାଯାଇଥିବା ପୋଲିସ କହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ