ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଏନକାଉଣ୍ଟର୍‌ ଭୟ: କୋର୍ଟରେ ଆତ୍ମସମର୍ପଣ କଲା ରାଜେଶ

ଭୁବନେଶ୍ବର: ଚକରା ଗ୍ୟାଙ୍ଗ୍‌ର ମୁଖିଆ ରାଜେଶ ମହାପାତ୍ର ଆଜି କୋର୍ଟରେ ଆତ୍ମସମର୍ପଣ କରିଛି। ଆଜି ଅପରାହ୍‌ଣରେ ସେ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲା। ପୁଲିସ ଏନକାଉଣ୍ଟର୍‌ ଭୟରେ ସେ ଏପରି ପ‌ଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ସେ ଏବେ ବିଚାରାଧୀନ କଏଦୀ ଭାବେ ରହିଛି। ଆସନ୍ତାକାଲି କୋର୍ଟରେ ହାଜର ହେବା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ରାଜେଶର ମା’ ତଥା ଗ୍ୟାଙ୍ଗକୁ ପରିଚାଳନା କରୁଥିବା ଜ୍ୟୋତ୍ସ୍ନାରାଣୀଙ୍କୁ ପୂର୍ବରୁ ପୁଲିସ୍‌ ଗିରଫ କରିସାରିଛି।

ସୂଚନାନୁଯାୟୀ, ଗତ ଏପ୍ରିଲ ୧୪ରେ ଗଙ୍ଗନଗରସ୍ଥିତ ପିଚୁପଡ଼ିଆ ବସ୍ତିରେ କମିସନରେଟ୍ ପୁଲିସ ରାଜେଶ ଘରେ ଚଢ଼ଉ କରିଥିଲା। ମାତ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚିବାର କେଇ ମିନିଟ୍ ପୂର୍ବରୁ ରାଜେଶ ଓ ତା’ର ପୂରା ଗ୍ୟାଙ୍ଗ୍ ଖସିଯାଇଥିଲେ। ଘର ଖାନ୍‌ତଲାସି କରି ପୁଲିସ ଏକାଧିକ ମାରଣାସ୍ତ୍ର ଜବତ କରିଥିଲା। ପରେ ଗତ ୧୧ ତାରିଖ ବରମୁଣ୍ଡା ଖେଳପଡ଼ିଆରେ ଚକରା ଗ୍ୟାଙ୍ଗ୍ ସହ ମିଶି ରାଜେଶ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ଚଢ଼ଉ କରିଥିଲା। ମାତ୍ର ରାଜେଶ ସେଠାରୁ ବି ଖସିଯିବାରେ ସକ୍ଷମ ହୋଇଥିଲା। ଗତ ୨୪ ତାରିଖ ରାଜେଶର ପୂରା ଗ୍ୟାଙ୍ଗ୍ ଓ ତା’ ମା’ ଧରାପଡ଼ିଥିଲେ ବି ସେ ଖସି ପଳାଇଥିଲା। ତେଣୁ ରାଜେଶକୁ ପୁଲିସ ଚେତାବନୀ ଦେଇଥିଲା। ତେଣୁ ପୁଲିସ ଭୟରେ ଆଜି ସେ କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ଗତ ଏପ୍ରିଲ୍‌ ୧୪ରେ ପିଚୁପଡ଼ିଆ ବସ୍ତିରେ ବେଆଇନ୍ ଭାବେ ସରକାରୀ ଜମିରେ ରାଜେଶ କରିଥିବା ଘରକୁ ପୁଲିସ ଭାଙ୍ଗି ସାରିଥିବା ବେଳେ ଏବେ ତା’ର ସମସ୍ତ ସଂପତ୍ତିକୁ ବାଜ୍ୟାପ୍ତି କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଲୋକଙ୍କୁ ଲୁଟ୍‌ପାଟ୍ କରି ସେ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କାର ଏକ ଦାମୀ କାର୍ ଚଢ଼ି ସଉକ କରୁଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ତେଣୁ କାର୍‌ ଠାବ କରିବା ପରେ ଲୁଟ୍ ଓ ଡକାୟତି ପାଇଁ ବ୍ୟବହାର କରିଥିବା ଆଧାରରେ ଜବତ କରାଯିବ। ଏହା ପରେ ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।