କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଏଥର ବାରୁଣୀ ମେଳା ବନ୍ଦ, ଘାଟରେ ଜାରି ହେଲା ୧୪୪ ଧାରା

ଯାଜପୁର ୯।୪: ଯାଜପୁରରେ ବାରୁଣୀ ମେଳାକୁ ବନ୍ଦ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାଜପୁରର ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ପ୍ରତ୍ୟେକ ବର୍ଷ ମହାସମାରୋହରେ ବାରୁଣୀ ବୁଡ଼ ସହ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ । ହେଲେ ପୂର୍ବବର୍ଷ କରୋନା ମହାମାରୀ ପାଇଁ ଏହି ବାରୁଣୀ ମେଳା ବନ୍ଦ ଥିଲା ।

ସେହିପରି ଶୁକ୍ରବାର ପ୍ରସିଦ୍ଧ ବାରୁଣୀ ମେଳାକୁ ବନ୍ଦ କରାଯିବା ସହ ଘାଟ ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯିବ । ଏଥିସହ ଏପ୍ରିଲ ନିୟମାବଳୀ ଅନୁସାରେ ୨ ଶହ ଲୋକଙ୍କ ଠାରୁ ଅଧିକ ଲୋକଙ୍କ ସମାଗମ ନ ହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନୋଟିସ୍ ଜାରି କରାଯାଇଛି । ସେଥିପାଇଁ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ସଂଲଗ୍ନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ସହ ଲୋକଙ୍କ ଯାତାୟାତ ଉପରେ ରୋକ୍ ଲଗାଇଛି ପ୍ରଶାସନ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,