ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଏଣିକା ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକାକରଣ

ଭୁବନେଶ୍ବର: ଏଣିକି ଅଫିସରେ ଦିଆଯିବ କୋରନା ଟିକା। ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ଟିକା ରୁମ୍‌ କରାଯାଇ ଟିକାକରଣ ହେବ। ତେବେ ଜାଣିବାକୁ ମିଳିଛି ଯେ ଏହି ଟିକା ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ।
ବର୍ତ୍ତମାନ ସୁଦ୍ଧା ସମୁଦାୟ ୧ ଲକ୍ଷ ୯୨ ହଜାର ଡାଟାବେସ ପ୍ରସ୍ତୁତ ହୋଇସାରିଛି। ଏହି ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖରୁ ଆରମ୍ଭ ହେବକୁ ଯାଉଛି। ତେବେ ୩ ସପ୍ତାହ ମଧ୍ୟରେ ଆଗଧାଡ଼ିର ଯୋଦ୍ଧାମାନଙ୍କର ଟିକାକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି।

ଓଡ଼ିଶାକୁ ଆଜି ୬୩ ହଜାର ୯୦ ଡୋଜ କୋଭିସିଲଡ଼ ଓ ୮୩ ହଜାର ୫୦୦ କୋଭାସ୍କିନ ଟିକା ଆସିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୮ ହଜାର୨୦୫ ଜଣଙ୍କୁ ଟିକା ଦିଆଯାଇଛି। ଯାହା ୬୨ ପ୍ରତିଶତ ଅଟେ । ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୦ ତାରିଖ ଭିତରେ ଶେଷ ହେବ ବୋଲି ଆଶା କରାଯାଉଛି। ଆସନ୍ତା ଫେବ୍ରୁଆରି ୧୫ ତାରିଖରୁ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଡୋଜ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ