ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏଡ୍‌ଗାର୍ସ ରିଙ୍କେଭିକ୍ସ ହେଲେ ୟୁରୋପର ପ୍ରଥମ ସମଲିଙ୍ଗୀ ରାଷ୍ଟ୍ରମୁଖ୍ୟ

ରିଗା: ଦୀର୍ଘକାଳ ଧରି ଲାଟଭିଆର ବୈଦେଶିକ ମନ୍ତ୍ରୀ ଥିବା ଏଡ୍‌ଗାର୍ସ ରିଙ୍କେଭିକ୍ସ ଶନିବାର ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାଫଳରେ ଏକ ୟୁରୋପୀୟ ଦେଶର ସେ ହୋଇଛନ୍ତି ପ୍ରଥମ ସମଲିଙ୍ଗୀ ରାଷ୍ଟ୍ରମୁଖ୍ୟ। ରିଙ୍କେଭିକ୍ସ ୨୦୧୧ରୁ ଲାଟଭିଆର ବୈଦେଶିକ ମନ୍ତ୍ରୀ ଥିଲେ। ଆଗରୁ କୌଣସି ସମଲିଙ୍ଗୀ ନେତା ୟୁରୋପରେ କୌଣସି ସରକାରର ମୁଖ୍ୟ ହୋଇଛନ୍ତି, କିନ୍ତୁ କୌଣସି ରାଷ୍ଟ୍ରର ମୁଖ୍ୟ ହୋଇ ନ ଥିଲେ। ଅନେକ ଦେଶରେ ସରକାରର ମୁଖ୍ୟ ଓ ରାଷ୍ଟ୍ରମୁଖ୍ୟ ଅଲଗା ବ୍ୟକ୍ତି ହୋଇଥାନ୍ତି। ସେସବୁ ଦେଶରେ ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ହେଲାବେଳେ ରାଷ୍ଟ୍ରପତି ରାଷ୍ଟ୍ରର ମୁଖ୍ୟ ହୋଇଥାନ୍ତି। ପୂର୍ବତନ ବେଲଜିୟମ ପ୍ରଧାନମନ୍ତ୍ରୀ ଏଲିଓ ଡି ରୁପୋ ଥିଲେ ୟୁରୋପର ପ୍ରଥମ ସମଲିଙ୍ଗୀ ସରକାର-ମୁଖ୍ୟ। ଏଲ୍‌ଜିବିଟି ସମୁଦାୟର ଅଧିକାର ପାଇଁ ସ୍ବର ଉତ୍ତୋଳନ କରୁଥିବା ୪୯ ବର୍ଷୀୟ ରିଙ୍କେଭିକ୍ସ ୨୦୧୪ରେ ପ୍ରଥମେ ନିଜକୁ ଖୋଲାଖୋଲି ଭାବେ ସମଲିଙ୍ଗୀ ବୋଲି ଘୋଷଣା କରିଥିଲେ। ତେବେ ଲାଟଭିଆରେ ସମଲିଙ୍ଗୀ ବିବାହ ନିଷିଦ୍ଧ ଯଦିଓ ଗତବର୍ଷ ଦେଶର ସାମ୍ବିଧାନିକ କୋର୍ଟ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକୃତି ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ