ମୁମ୍ଵାଇ ୦୫।୧୦: ଲୋକପ୍ରିୟ ଦମ୍ପତି ଏଜାଜ ଖାନ ଏବଂ ପବିତ୍ର ପୁନିଆ ପୁଣି ଥରେ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏନେଇ ପବିତ୍ର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି। ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଏବେ ଭାଇରାଲ୍ ହେବାରେ ଲାଗିଛି।
କହିବାକୁ ଗଲେ ଏଜାଜ୍ ଖାନ୍-ପବିତ୍ର ପୁନିଆଙ୍କ ପ୍ରେମ କାହାଣୀ ‘ବିଗ୍ ବସ୍ ୧୪’ରୁ ଘରୁ ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଏହି ଦମ୍ପତି ପ୍ରାୟତଃ ପରସ୍ପର ସହିତ ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଦୀର୍ଘ ଦିନ ଧରି ପରସ୍ପର ସହ ଲାଇଭ-ଇନରେ ଥିଲେ।
ବର୍ତ୍ତମାନ ପବିତ୍ର ପୁନିଆ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ସୁନ୍ଦର ହୀରା ମୁଦି ଦେଖାଉଥିବାର ନଜର ଆସିଛନ୍ତି। ଏହା ସହ କ୍ୟାପସନ୍ରେ ଲେଖିଛନ୍ତି, “କଣ ??” ଫଟୋରେ ଅଭିନେତ୍ରୀଙ୍କର କେବଳ ମୁହଁର ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ଏଜାଜ ଖାନଙ୍କ ସହ ବୋଧ ହୁଏ ନିର୍ବନ୍ଧ କରିନେଇଛନ୍ତି। ଏହି କଳ୍ପନା ଜଳ୍ପନାରେ ଏବେ ବି ଦୁହେଁ ମଧ୍ୟ ନୀରବ ଅଛନ୍ତି।

