ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଚ୍‌ଏସ୍‌ଆର୍‌ପିରେ ନୂଆ ସମସ୍ୟା: ‌ବୁକିଂ ହେଉନି ବନ୍ଦ କମ୍ପାନିର ଗାଡ଼ି ନମ୍ବର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ହାଇ-ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି)କୁ ନେଇ ଏବେ ଏକ ନୂଆ ସମସ୍ୟା ପଦାକୁ ଆସିଛି। ଦେଶରୁ ବ୍ୟବସାୟ ବନ୍ଦ କରିଦେଇଥିବା କିଛି ବାହାର କମ୍ପାନି ଗାଡ଼ି ପାଇଁ ଏହି ନମ୍ବର ପ୍ଲେଟ୍‌ ବୁକିଂ ହୋଇପାରୁନାହିଁ। ଗାଡ଼ି ମାଲିକ ଆର୍‌ଟିଓଠାରୁ ଆରମ୍ଭ କରି ପରିବହନ ବିଭାଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ମଧ୍ୟ କେହି ତାଙ୍କ ସମସ୍ୟାର ସମାଧାନ କରିପାରୁନାହାନ୍ତି। ଏପରିକି ଟେଣ୍ଡର୍‌ ଦେଇଥିବା ସଂସ୍ଥାକୁ ମଧ୍ୟ ମେଲ୍‌ ଜରିଆରେ ଜଣାଇଲେ କୌଣସି ଲାଭ ହେଉନାହିଁ। ତେଣୁ ଟ୍ରାଫିକ୍‌ରେ ଧରା ପଡ଼ି ଚାଲାଣ ଦେବା ଭୟରେ ସେମାନେ ଘରୁ ଗାଡ଼ି ବାହାର କରୁନାହାନ୍ତି।

ସୂର୍ଯ୍ୟ ନାରାୟଣ ଦାସ ନାମକ ଜଣେ ବ୍ୟକ୍ତି ୨୦୧୭ ମସିହାରେ ୟୁଏମ୍‌ କମାଣ୍ଡୋ ଗାଡ଼ି କିଣିଥିଲେ। ଗାଡ଼ିର ଦାମ୍ ପାଖାପାଖି ୨ ଲକ୍ଷ ଟଙ୍କା ହେବ। ତେବେ କରୋନା ପରେ ବିଶ୍ବବ୍ୟାପୀ ଆସନ୍ନ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଏହି ବିଦେଶୀ କମ୍ପାନି ଭାରତ ଛାଡ଼ି ଦେଇଛି। ଭାରତରେ ଥିବା ଏହାର ୟୁନିଟ୍‌ଗୁଡ଼ିକ ବନ୍ଦ ହେବା ସହ ବିକ୍ରି ଓ ସର୍ଭିସିଂ ବନ୍ଦ ହୋଇଯାଇଛି। ଭାରତର କୌଣସି ଗାଡ଼ି କମ୍ପାନି ସହ ମଧ୍ୟ ତା’ର ସହବନ୍ଧନ ନାହିଁ। ତେଣୁ ଏବେ ଏଭଳି ଗାଡ଼ିର ଏଚ୍‌ଏସ୍‌ଆର୍‌ପି ନମ୍ବର ୱେବ୍‌ସାଇଟ୍‌ରେ ବୁକ୍‌ ହୋଇପାରୁନାହିଁ। ବୁକ୍‌ କରିବା ବେଳେ କମ୍ପାନିର ବିକଳ୍ପ ହିଁ ଦେଖାଉନାହିଁ। ତେଣୁ ସେ କ’ଣ କରିବେ, ଚିନ୍ତାରେ ପଡ଼ିଛନ୍ତି। ନା ଗାଡ଼ି କମ୍ପାନିକୁ ଅଭିଯୋଗ କରିପାରୁଛନ୍ତି ନା ଆର୍‌ଟିଓ କିଛି କରିପାରୁଛି।

ଏ ସଂପର୍କରେ ସୂର୍ଯ୍ୟନାରାୟଣ ଭୁବନେଶ୍ବର-୧ ଆର୍‌ଟିଓ ଅଫିସ୍‌ରେ ଅଭିଯୋଗ କରିଥିଲେ। କିଛି ଲାଭ ହେଲାନି। ତେଣୁ ସିଧା ପରିବହନ ବିଭାଗକୁ ଚିଠି ଲେଖିଲେ। କିନ୍ତୁ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କ ଚିଠିର ଉତ୍ତର ମିଳି ନାହିଁ କି’ ତାଙ୍କ ସମସ୍ୟାର ସମାଧାନ ହୋଇନାହିଁ। ପରେ ପୁଣି ଗତ ୨୮ ସେପ୍ଟେମ୍ବର ମାସରେ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବଙ୍କୁ ଚିଠି ଲେଖିଲେ। ତଥାପି ତାଙ୍କ ଗାଡ଼ିରେ ନମ୍ବର ପ୍ଲେଟ୍‌ ଲାଗି ପାରିନାହିଁ। ତେବେ ରାଜ୍ୟ ପରିବହନ ବିଭାଗ (ଏସ୍‌ଟିଏ) ମଧ୍ୟ ଏହାକୁ ନେଇ ଚିନ୍ତାରେ ପଡ଼ିଛି। ଏପରି ଅଭିଯୋଗର ସମାଧାନ କିପରି କରିବ, ଏସ୍‌ଟିଏକୁ କିଛି ବୁଦ୍ଧିବାଟ ଦିଶୁ ନାହିଁ।

ସେହିପରି ଲଲାଟେନ୍ଦୁ କୁମାର ପାଥି ନାମକ ଜଣେ ଯୁବକଙ୍କ ଗୋଟିଏ ରାଜଦୁତ୍‌ ରହିଛି। ଗାଡ଼ିଟି ବହୁ ବର୍ଷ ପୁରୁଣା ହୋଇଥିଲେ ହେଁ ଆର୍‌ଟିଓ ଫିଟନେସ୍‌ ଅଛି। ମାତ୍ର ରାଜଦୁତ୍‌ କଂପାନି ଦେଶରେ ନ ଥିବାରୁ ତାଙ୍କ ଗାଡ଼ିର ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ ବୁକ୍‌ ହୋଇପାରୁନଥିଲା। ବାରମ୍ବାର ଆରଟିଓ ଅଫିସ୍‌ରେ ଅଭିଯୋଗ କରିବା ପରେ ମଧ୍ୟ ସମାଧାନ ହେଲା ନାହିଁ। ପରେ ବିଭାଗୀୟ ଅଧିକାରୀ, ରାଜ୍ୟପାଳଙ୍କୁ ଭେଟି ଏ ସଂପର୍କରେ ଗୁହାରି କରିଥିଲେ। ଶେଷରେ କଟକ ଆରଟିଓ ଅଫିସରେ ଅନ୍ୟ ଏକ କମ୍ପାନି ସହ ତାଙ୍କ ଗାଡ଼ିକୁ ଟାଏ-ଅପ୍‌ କରାଯାଇ ତାଙ୍କର ନମ୍ବର ପ୍ଲେଟ୍‌ ବୁକିଂ କରାଯାଇଥିଲା।

କିନ୍ତୁ ରାଜ୍ୟ ପରିବହନ ବିଭାଗ (ଏସ୍‌ଟିଏ)ର ଜଣେ ଅଧିକାରୀଙ୍କ କହିବା କଥା, ସବୁ କମ୍ପାନିର ଗାଡ଼ି ପାଇଁ ଏଚ୍‌ଏସ୍‌ଆରପି ନମ୍ବର ପ୍ଲେଟ୍‌ ବୁକିଂ ହୋଇପାରିବ। ଯେଉଁମାନେ ବି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାଙ୍କର ଗା଼ଡି ଯେଉଁ ଆରଟିଓ ଅଧୀନରେ ରେଜିଷ୍ଟ୍ରେସନ୍‌ ହୋଇଛି ସେହି ଆରଟିଓ ଅଫିସରେ ଯୋଗଯୋଗ କଲେ ଏଚ୍‌ଏସ୍‌ଆରପି ନମ୍ବର ପ୍ଲେଟ୍‌ ବୁକିଂ କରିପାରିବେ। ସମସ୍ତ ଆରଟିଓ ଅଫିସରେ ଏଚ୍‌ଏସ୍‌ଆରପି ହେଲ୍‌ପ ଡେସ୍କ ରହିଛି। ତେଣୁ ସେଠାରେ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।