ଅପରାଧ ରାଜ୍ୟ

ଏକ ତରଫା ପ୍ରେମର କରୁଣ ପରିଣତି, ପ୍ରେମିକାର ଘର ଆଗରେ ପ୍ରେମିକର ବୋମାମାଡ଼

ଆଠଗଡ଼ ୧୭/୧୦: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରପ୍ରସାଦ ଗ୍ରାମରେ ଅଘଟଣ । ଏକ ତରଫା ପ୍ରେମକୁ ନେଇ ପ୍ରେମିକା ଘର ଆଗରେ ପ୍ରେମିକର ବୋମାମାଡ଼ । ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଘରର କିଛି ଅଂଶ ନଷ୍ଟ ହୋଇଛି । ନରସିଂହପୁର ପୋଲିସର ତଦନ୍ତ ଜାରି ।

ସୂଚନା ଅନୁଯାୟୀ ଚକ୍ରପ୍ରସାଦ ଗ୍ରାମ ମୁଣ୍ଡିଆ ସାହିର ପୁଅ ଦିପୁ ନାୟକ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଝିଅକୁ ଅନେକ ସମୟରେ ରାସ୍ତାରେ ଯିବା ସମୟରେ ହଇରାଣ କରୁଥିବା ପରିବାର ପକ୍ଷରୁ କୁହାଯାଇଛି । ଝିଅ ଏବଂ ତାର ପରିବାର ଏହାକୁ ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦିପୁ ନାୟକ ଏକ ତରଫା ପ୍ରେମ କରୁଥିବା ନାବାଳିକାର ଘର ଉପରକୁ ବୋମାମାଡ଼ କରିଛି । ଘଟଣା ସ୍ଥଳରେ ନରସିଂହପୁର ପୋଲିସ ପହଞ୍ଚି ତଦନ୍ତ କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।