ରାଜ୍ୟ ସ୍ୱାସ୍ଥ୍ୟ

ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ଡିଏମଇଟି

ଭୁବନେଶ୍ବର: କରୋନା ଭୁତାଣୁର ନୂଆ ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ହେବାର ଆଵଶ୍ୟକତା ନାହିଁ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି। ଏହା କେତେ ସଂକ୍ରାମକ ତାହା ଉପରେ ତର୍ଜମା ଚାଲିଛି। ଏହା ପ୍ରାଥମିକ ଅବସ୍ଥାରେ ଅଛି।
ତେବେ ମାସ୍କ ପିନ୍ଧିବା ଜରୁରୀ। ଗହଳି ଚହଳିରେ ମାସ୍କ ପିନ୍ଧିବା ଜରୁରୀ। ଅନ୍ୟ ରାଜ୍ୟରେ ମାସ୍କ ପ୍ରତ୍ୟାହାର ହେଲାଣି, ଓଡ଼ିଶାରେ ହେବ କି ନହେବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଏମସି ପକ୍ଷରୁ କୁହାଯାଇଥିଲା ଯେ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ଭୁତାଣୁ ଚିହ୍ନଟ ହୋଇଥିଲା। ୫୦ ବର୍ଷୀୟା ଉକ୍ତ ମହିଳା ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ତେବେ ତାଙ୍କ ଶରୀରରେ କୌଣସି ଲକ୍ଷଣ ନାହିଁ ଓ ସେ ମଧ୍ୟ ଦୁଇଟି ଡୋଜ୍ ଟିକା ନେଇଛନ୍ତି । ଦେଶରେ କରୋନା ଭୁତାଣୁର ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିବା କଥା ବୃହତ୍ ମୁମ୍ବାଇ ମହାନଗର ନିଗମ (ବିଏମସି ) ପକ୍ଷରୁ ଘୋଷଣା କରାଯିବାର କିଛି ଘଣ୍ଟା ମଧ୍ୟରେ ତାହାକୁ ଖଣ୍ଡନ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
ମୁମ୍ବାଇରେ ଚିହ୍ନଟ ହୋଇଥିବା ସଂଦିଗ୍ଧ ଆକ୍ରାନ୍ତ ପ୍ରକୃତରେ ଏକ୍ସଇ ଆକ୍ରାନ୍ତ ନୁହଁନ୍ତି । କାରଣ ତାଙ୍କର ଜିନୋମ ସିକ୍ବେନ୍ସିଂ କରାଯିବା ପରେ ସେଥିରେ ଏକ୍ସଇ ଭାରିଆଣ୍ଟ ନଥିବା ଜଣାପଡ଼ିଛି ବୋଲି ମନ୍ତ୍ରାଳୟ କହିଛି ।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିନସ୍ଥ ଇନସାକଗ୍ (କରୋନା ଭାଇରସ ଜିନୋମ ସିକ୍ବେନ୍ସିଂ ପାଇଁ ଗଠିତ ବିଶେଷଜ୍ଞ ଗୋଷ୍ଠୀ)ର ବିଶେଷଜ୍ଞମାନଙ୍କ ଦ୍ବାରା ସଂପୃକ୍ତ ମହିଳାଙ୍କ ନମୁନାରେ ଚିହ୍ନଟ ହୋଇଥିବା ଜିନୋମ ଚିତ୍ର ଏକ୍ସଇର ଜିନୋମ ଚିତ୍ର ସହ ମେଳ ଖାଉନାହିଁ ।
ସ୍ମରଣଯୋଗ୍ୟ ଯେ, ବ୍ରିଟେନରେ ପ୍ରଥମକରି ଚିହ୍ନଟ ହୋଇଥିବା ଓମିକ୍ରନ ଏକ୍ସଇ ଓମିକ୍ରନର ଦୁଇଟି ଭାରିଆଣ୍ଟ-ବିଏ.୧ ଓ ବିଏ.୨ର ମିଶ୍ରଣରୁ ସୃଷ୍ଟି ହୋଇଛି। ବର୍ତ୍ତମାନେ ସମଗ୍ର ବିଶ୍ବରେ ଅଳ୍ପ କେତୋଟି ଏକ୍ସଇ ମାମଲା ଦେଖାଦେଇଛି। ତେବେ ଏହା ଓମିକ୍ରନର ସବୁ ଭାରିଆଣ୍ଟ ତୁଳନାରେ ସର୍ବାଧିକ ସଂକ୍ରାମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ