ରାଜ୍ୟ

ଏକାମ୍ରକାନନରେ ଖୋଲିବ ଫୁଡ୍‌କୋର୍ଟ

ଖଣ୍ଡଗିରି: ଏକମ୍ରକାନନରେ ବହୁ ଦିନ ଧରି ବନ୍ଦ ରହିଥିବା ଫୁଡ୍‌କୋର୍ଟ ପୁଣି ଥରେ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବୈଧ ଖାଦ୍ୟ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ, ବାଣିଜ୍ୟ ପ୍ରମାଣପତ୍ରଧାରୀ ଫାର୍ମ, ରେଷ୍ଟୁରାଣ୍ଟ ମାଲିକ, ହୋଟେଲ ମାଲିକ ତଥା ଖାଦ୍ୟ ବିକ୍ରେତାଙ୍କଠାରୁ ଟେଣ୍ଡର ଆହ୍ବାନ କରାଯାଇଛି। ଦୁଇ ବର୍ଷ ପାଇଁ ମାସିକ ଭଡ଼ା ଆକାରରେ ଏହାକୁ ଲିଜ୍‌ ଦିଆଯିବ। ଜୁଲାଇ ୧୭ ଅପରାହ୍ଣ ୪ଟା ସୁଦ୍ଧା ଟେଣ୍ଡର ଗ୍ରହଣ କରିବାର ଶେଷ ତାରିଖ ରହିଛି। ଜୁଲାଇ ୧୮ରେ ଟେଣ୍ଡର ଖୋଲାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଫୁଡ୍‌କୋର୍ଟ କେବଳ ଦିନ ବେଳା ଖୋଲାଯିବ ଏବଂ ରାତିରେ ପାର୍କ ବନ୍ଦ ରହୁଥିବା ବେଳେ ଏହା ବନ୍ଦ ରହିବ। ଏଠାରେ ତାଜା ରନ୍ଧନ ଖାଦ୍ୟର ବ୍ୟବସ୍ଥା ରହିବ ନାହିଁ। ଷ୍ଟୋର୍, ଫ୍ରିଜର ଓ ମାଇକ୍ରୋୱେଭ୍‌ରେ ଗରମ କରି ଗ୍ରାହକଙ୍କୁ ଖାଦ୍ୟ ପରସା ଯିବା ପାଇଁ ବ୍ୟବସ୍ଥା ରହିବ।

ସୂଚନାଯୋଗ୍ୟ ଯେ ରାଜଧାନୀର ଏତେ ବଡ଼ ପାର୍କ ଭିତରେ କାଫେଟେରିଆ ନଥିବାରୁ ବହୁ ଦର୍ଶକ ନିରାଶ ହୋଇଫେରୁଛନ୍ତି। ପୂର୍ବରୁ ଏଠାରେ ଥିବା କାଫେଟେରିଆ କରୋନା ସଂକଟ କାଳରେ ବନ୍ଦ ହୋଇଯାଇଥିଲା ଏବଂ ତା’ପରଠୁ ଆଉ ଫୁଡ୍‌କୋର୍ଟ ଖୋଲିନଥିଲା। ଏବେ ପାର୍କରେ ଗୋଟିଏ ‘କୋରାପୁଟ କଫି’ ସପ୍‌ ଅଛି। ଏଠାରେ କୋଲ୍‌ଡ କଫି ଦାମ୍‌ ୧୫୦ ଟଙ୍କା ଥିବା ବେଳେ ସାଧାରଣ କଫିର ମୂଲ୍ୟ ରହିଛି ୫୦ ଟଙ୍କା। ଏତେ ଦାମ୍‌ ଦେବାକୁ ଅସମର୍ଥ ବହୁ ସାଧାରଣ ଦର୍ଶକ ସାଙ୍ଗରେ କଫି ଓ ସ୍ନାକ୍ସ ନେଇ ପାର୍କ ବୁଲୁଥିବା ଦେଖିବାକୁ ମିଳୁଛି। ତେଣୁ ପୁଣି ଥରେ ଖୋଲିବାକୁ ଥିବା ଫୁଡ୍‌କୋର୍ଟ ସାଧାରଣ ବର୍ଗର ଦର୍ଶକଙ୍କୁ ସୁହାଇପାରେ ବୋଲି ଆଲୋଚନା ହେଉଛି। ତେବେ ଏହି ଫୁଡ୍‌କୋର୍ଟ ଖୋଲିବା ପରେ ଯେ ଏକାମ୍ରକାନନ ପାର୍କ ତା’ର ପୂର୍ବ ଆକର୍ଷଣ ପୁଣି ଫେରିପାଇବ, ସେ ଆଶା ନାହିଁ ବୋଲି ବହୁ ଦର୍ଶକ କହିଛନ୍ତି। କାରଣ ଏବେ ବି ଏଠାରେ ବୋଟ୍‌ ସବୁ ବନ୍ଦ ହୋଇପଡ଼ିଛି। କେବେ ବୋଟିଂ ସୁବିଧା ମିଳିବ, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଜଙ୍ଗଲ ବିଭାଗ ଦ୍ବାରା ପରିଚାଳିତ ଏହି ବୋଟିଂ ବ୍ୟବସ୍ଥା ବହୁ ଦିନ ହେଲା ବନ୍ଦ ହୋଇଯାଇଛି। ବାଉଁଶବାଡ଼ ଘେରା ହୋଇ ବୋଟ୍‌ଗୁଡ଼ିକ ଦୟନୀୟ ଅବସ୍ଥାରେ ପଡ଼ିରହିଛି। ଜଳାଶୟରେ ଆବଶ୍ୟକ ପରିମାଣର ଜଳ ରହୁନଥିବାରୁ ବୋଟ୍‌ଗୁଡ଼ିକ ଚାଲୁନାହିଁ। ତେଣୁ ପୁଣି ଥରେ ବୋଟିଂ ସୁବିଧା କରାଇବାକୁ ଦର୍ଶକମାନେ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।