ନୂଆଦିଲ୍ଲୀ ୨୮/୦୨; ଏକାଠି ନଜର ଆସିଲେ ହଲିଉଡ୍ ମେଗାଷ୍ଟାର୍ ଲିଓନାର୍ଡ ଏବଂ ମଡେଲ୍ ତଥା ଅଭିନେତ୍ରୀ ନତାଶା ପୁନାୱାଲା। ଲଣ୍ଡନରେ ବନ୍ଧୁଙ୍କର ଏକ ବିବାହ ସମାରୋହରେ ଦୁହେଁ ନଜର ଆସିଛନ୍ତି। ଦୁହିଁଙ୍କ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ସଟର ବଗ୍ ପକ୍ଷରୁ ଏହି ଫଟୋ ଉଠାଯାଇଛି।
ବ୍ରଟିସ୍ ଭୋଗ୍ ଏଡିଟର ଇଡୱାର୍ଡ ଏନିଫୁଲ୍ ଏବଂ ଆଲେସ ମାକ୍ସୱେଲ୍ସନ୍ଙ୍କ ବିବାହ ସମାରୋହର ଏହି ଫଟୋ। ଏହି ବିବାହରେ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ। ଲଣ୍ଡନ ଚେଲ୍ସା ରୋଷ୍ଟୁରାଣ୍ଟରେ ଏହି ବିବାହ ହୋଇଥିଲା।

ନତାଶା ପୁନାବାଲା ସେରମ୍ ଇନ୍ଷ୍ଟିଟ୍ୟୁଟ୍ ର ସିଇଓ ଆଦର ପୁନାୱାଲାଙ୍କ ପତ୍ନୀ। ସେହିପରି ଡିକାପ୍ରିଓ ଅଭିନେତ୍ରୀ ତଥା ମଡେଲ୍ କାମିଲା ମୋରନିଙ୍କୁ ଡେଟ୍ କରୁଛନ୍ତି।

