ଦେଶ ବିଦେଶ ସ୍ୱାସ୍ଥ୍ୟ

ଏକତରଫା ପ୍ରେମରେ ଡାନ୍ସରଙ୍କୁ ଗୁଳି କଲା ପାଗଳ ପ୍ରେମିକ : ବିବାହ ବିଚ୍ଛେଦ ପରେ ମାଙ୍କ ଓର୍କେଷ୍ଟାରେ କରୁଥିଲେ କାମ

ରକ୍ସୌଲ ୧୧/୧୨: ବିହାରରେ ପୂର୍ବ ଚମ୍ପାରଣ ଜିଲ୍ଲାର ରକ୍ସୌଲର କୋଚରଓ୍ବାଡ଼ି ଗାଁରେ ଭଡ଼ାଘରେ ରହୁଥିବା ପୂଜା କୁମାରୀଙ୍କୁ ଏକତରଫା ପ୍ରେମ ଚକ୍କରରେ ସେହି ଗାଁର ଜଣେ ଯୁବକ ଗୁରୁବାର ରାତିରେ ଘରେ ପଶି ଗୁଳି କରି ଦେଇଛନ୍ତି। ପୂଜାଙ୍କ ହାତରୁ ବହୁତ କଷ୍ଟରେ ଡାକ୍ତର ଗୁଳି ବାହାର କରିଥିଲେ।

ପଶ୍ଚିମ ଚମ୍ପାରଣର ମୂଳ ବାସିନ୍ଦା ୨୬ବର୍ଷୀୟା ପୂଜାଙ୍କ ବିବାହ ସମସ୍ତିପୁର ପୂସା ବାସିନ୍ଦା ବିଜୟ ଠାକୁରଙ୍କ ସହ ହୋଇଥିଲା ଯାହାଠୁ ତାଙ୍କର ୩ପିଲା ଅଛନ୍ତି। ୪ବର୍ଷ ତଳେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଯିବାରୁ ପୂଜା ନିଜ ପିଲାଙ୍କ ସହ ତାଙ୍କ ମାଙ୍କ ପାଖକୁ ଚାଲି ଆସିଥିଲେ।

ପୂଜାଙ୍କ ମାଆ ନୀତୁ ସକ୍ସେନା ଓର୍କେଷ୍ଟା ଚଲାନ୍ତି। ଘର ଚଳାଇବା ପାଇଁ ପୂଜା ଏହି ଓର୍କେଷ୍ଟାରେ ଡାନ୍ସରର କାମ କରିବାକୁ ଲାଗିଲେ। ଆଦାପୁରର ଶ୍ୟାମପୁର ବଜାରରେ ରହୁଥିବା ଆଜାଦ ଅନସାରୀ ୩ବର୍ଷରୁ ପୂଜାଙ୍କୁ ଏକତରଫା ଭଲ ପାଉଥିଲା। କିନ୍ତୁ ପୂଜା ଏବଂ ପରିବାର ଲୋକେ ବିକାହ କରିବାକୁ ରାଜି ହୋଇନଥିଲେ।

ପାଗଳ ପ୍ରେମିକ ଆଜାଦ ଅନସାରୀ ପରିବାର ଲୋକ ଏବଂ ଗାଁଲୋକ ବୁଝାଇବା ପରେ ମାନିନଥିଲା ଏବଂ ପୂଜା ପ୍ରେମରେ ପାଗଳ ହୋଇଥିଲା। ନିଜ ପ୍ରେମକୁ ହାସଲ ନ କରିପାରିଥିବାରୁ ଅନସାରୀ ବିଳମ୍ବିତ ରାତିରେ ତାଙ୍କ ଘରେ ପଶି ପୂଜାଙ୍କୁ ଗୁଳି କରିଥିଲା କିନ୍ତୁ ତାହା ତାଙ୍କ ଛାତିରେ ନବାଜି ହାତରେ ବାଜିଥିଲା।। ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ରକ୍ସୌଲର ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ନେଇଯାଇଥିଲେ। ଏଠାରେ ଡାକ୍ତରଙ୍କ ଟିମ୍ କଠୋର ପରିଶ୍ରମ କରି ପୂଜା ହାତରୁ ଗୁଳି ବାହାର କରିଥିଲେ। ପୂଜାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।

ପୀଡ଼ିତା ପୂଜା ପୋଲିସକୁ କହିଥିଲେ ଯେ ଆଜାଦ ଅନସାରୀ ତାଙ୍କୁ ଭଲ ପାଉଥିଲା କିନ୍ତୁ ସେ ଏହାର ବିରୋଧ କରୁଥିଲେ। ତେଣୁ ସେ ଏଥିରେ ରାଗିଯାଇ ରାତିରେ ତାଙ୍କ ଘରେ ପଶି ପୂଜାଙ୍କୁ ଗୁଳି କରି ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ