ଅପରାଧ ଦେଶ ବିଦେଶ

ଏକଛତ୍ରବାଦୀ ଉତରକୋରିଆ ଶାସକଙ୍କ ଭୟଙ୍କର ଦଣ୍ଡ, ଆମେରିକୀୟ ସିନେମା ଦେଖିବାରୁ ଦୁଇ ହାଇସ୍କୁଲ ଛାତ୍ରଙ୍କୁ ହତ୍ୟା

ବ୍ୟୁରୋ : ଉତରକୋରିଆର ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । କେତେବେଳେ ପରମାଣୁ ପରୀକ୍ଷଣକୁ ନେଇ ତ କେତେବେଳେ କଠୋର ଆଇନ ବ୍ୟବସ୍ଥାକୁ ନେଇ । ହେଲେ ଏଥର କଠୋର ଆଇନ ବ୍ୟବସ୍ଥାର ସବୁ ସୀମା ଟପି ଯାଇଛନ୍ତି କିମ୍ ଓନ୍ ଜଙ୍ଗ । ଦେଶର ଦୁଇଜଣ ହାଇସ୍କୁଲ ଛାତ୍ର ଦକ୍ଷିଣ କୋରିଆନ ଓ ଆମେରିକୀୟ ସିନେମା ଦେଖିବା ଅଭିଯୋଗରେ ଛାତ୍ର ଦୁଇଜଣଙ୍କୁ ହତ୍ୟା କରାଯାଇଛି ।

ସୂଚନା ମୁତାବକ ଛାତ୍ର ଦୁଇଜଣ ଦକ୍ଷିଣ କୋରିଆର ନାଟକ ଦେଖିବା ଓ ଏହାକୁ ବିତରଣ କରିବା ନେଇ ଅଭିଯୋଗ ହୋଇଥିଲା । ଉତ୍ତର କୋରିଆର ଗଣମାଧ୍ୟମ ଇଣ୍ଡିପେଣ୍ଡେଣ୍ଟ ମୁତାବକ ୧୬ ଓ ୧୭ ବର୍ଷର ଦୁଇଜଣ ହାଇସ୍କୁଲ ଛାତ୍ର ଉତ୍ତରକୋରିଆର ରୟାଂଗାଙ୍ଗରେ ଭେଟ ହୋଇଥିଲେ । ଏହାପରେ ଉଭୟ ଅନେକଗୁଡିଏ ଦକ୍ଷିଣ କୋରିଆନ ଓ ଆମେରିକୀୟ ଡ୍ରାମା ଦେଖିଥିଲେ ।

ଏହାପରେ ଦେଖିବାକୁ ମିଳିଥିଲା ଏହି ଦୁଇଛାତ୍ରଙ୍କୁ ଉତ୍ତରକୋରିଆର ଏକ ବିମାନବନ୍ଦର ନିକଟରେ ହତ୍ୟା କରି ଟାଙ୍ଗି ଦିଆଯାଇଛି । ଏନେଇ ସରକାର କହିଛନ୍ତି ଏହି ଛାତ୍ର ୨ ଜଣ ଭୟଙ୍କର ଅପରାଧ କରିଛନ୍ତି । ତେଣୁ ସ୍ଥାନୀୟ ଲୋକଙ୍କ ସାମ୍ନାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଫଳରେ ଅନ୍ୟମାନେ କେବେ ଏଭଳି ଭୁଲ କରିବାକୁ ସାହାସ କରିପାରିବେ ନାହିଁ ।

କେବଳ ସେତିକି ନୁହେଁ ଗତବର୍ଷ ଉତରକୋରିଆର ଶାସକ କିମ୍ ଓନ ଜଙ୍ଗଙ୍କ ପିତା କିମ୍ ଜଙ୍ଗର ମୃତ୍ୟୁବାର୍ଷିକ ପାଳନ କରାଯାଉଥିଲା ଏହି ଅବସରରେ କିମ୍ ଓନ୍ ଜଙ୍ଗ ଘୋଷଣା କରିଥିଲେ କି ଏହି ୧୧ ଦିନ ମଧ୍ୟରେ ଦେଶରେ କେହି ହସିପାରିବେ ନାହିଁ, କିଣାକିଣି କରିପାରିବେ ନାହିଁ କି ମଦ୍ୟପାନ କରିପାରିବେ ନାହିଁ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ