ଅପରାଧ ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏକଚ୍ଛତ୍ରବାଦୀମାନେ ମରିବେ: ‘କାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବ’ରେ ଚାର୍ଲି ଚାପ୍‌ଲିନ୍‌ଙ୍କ ସଂଳାପ କହିଲେ ଜେଲେନ୍‌ସ୍କି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଫ୍ରାନ୍‌ସ୍‌ରେ ଆରମ୍ଭ ହୋଇଥିବା ୭୫ତମ ‘କାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବ’ରେ ଅକସ୍ମାତ ଭିଡିଓ ଲିଙ୍କ୍‌ ଜରିଆରେ ଦେଖା ଦେବା ସହ ମହାନ୍‌ ହାସ୍ୟ ଅଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ସଂଳାପରୁ ଉଦ୍ଧାର କରି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଲେ ଯେ, ଏକଚ୍ଛତ୍ରବାଦୀମାନେ ମରିବେ।

କିବ୍‌ରୁ ‘ଲାଇଭ୍‌ ସାଟେଲାଇଟ୍‌ ଭିଡିଓ ଉଦ୍‌ବୋଧନ’ ଦେଇ ଜେଲେନ୍‌ସ୍କି କହିଲେ ଯେ, ରୁଷୀୟ ଆକ୍ରମଣ ଚାଲିଥିବା ବେଳେ ଚଳଚ୍ଚିତ୍ର ଜଗତ୍‌ ୟୁକ୍ରେନୀୟମାନଙ୍କ ପ୍ରତି ସମର୍ଥନ ଜଣାଉ।

ଉଦ୍‌ଘାଟନୀ ଉତ୍ସବରେ ଜେଲେନ୍‌ସ୍କି ଚଳଚ୍ଚିତ୍ର ଏବଂ ବାସ୍ତବତା ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଦୀର୍ଘ ସମୟ କହିବା ବେଳେ ଫ୍ରାନ୍‌ସିସ୍‌ ଫୋର୍ଡ କୋପ୍ପଲାଙ୍କ ‘ଆପୋକାଲାଇପ୍ସ୍‌ ନାଓଁ’ ଏବଂ ଚାର୍ଲି ଚାପ୍‌ଲିନ୍‌ଙ୍କ ‘ଦି ଗ୍ରେଟ୍‌ ଡିଟେକ୍ଟର୍‌’ ଭଳି ଚଳଚ୍ଚିତ୍ରର ଦୃଷ୍ଟାନ୍ତ ଦେଇ କହିଲେ ସେ ସବୁ ସାମ୍ପ୍ରତିକ ୟୁକ୍ରେନ୍‌ ପରିସ୍ଥିତି ପରି ନୁହେଁ।

ଚାର୍ଲି ଚାପ୍‌ଲିନ୍‌ଙ୍କ ୧୯୪୦ ମସିହାର ଚଳଚ୍ଚିତ୍ର ‘ଦି ଗ୍ରେଟ୍‌ ଡିଟେକ୍ଟର୍‌’ରୁ ସଂଳାପ ଉଦ୍ଧାର କରି ଜେଲେନ୍‌ସ୍କି କହିଲେ, ଜନସାଧାରଣଙ୍କ ଘୃଣାଭାବ ଚାଲିଯିବ, ଆଉ ଏକଚ୍ଛତ୍ରବାଦୀମାନେ ମରିବେ। ଏବଂ ସେମାନେ ଜନସାଧାରଣଙ୍କଠାରୁ ଛଡ଼ାଇ ନେଇଥିବା କ୍ଷମତା ଜନସାଧାରଣଙ୍କ ପାଖକୁ ଫେରି ଆସିବ। ଲୋକେ ମଲେ ବି ସ୍ବାଧୀନତା ମରିଯିବ ନାହିଁ। ଆମ ସମୟର ଚଳଚ୍ଚିତ୍ର ନିରବ ନୁହେଁ ବୋଲି ପ୍ରତିପାଦନ କରିବା ଲାଗି ଆମେ ଜଣେ ନୂଆ ଚାପ୍‌ଲିନ୍‌ ଆବଶ୍ୟକ କରୁଛନ୍ତି।

ଭବିଷ୍ୟତ ଚଳଚ୍ଚିତ୍ର ଉପରେ ନିର୍ଭର କରୁଛି ବୋଲି ଗୁରୁତ୍ବାରୋପ କରି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଲେ, ଚଳଚ୍ଚିତ୍ର ଆଜି ନିରବ ନୁହେଁ। ଏ କଥା ମନେରଖନ୍ତୁ।

ଉଲ୍ଲେଖଯୋଗ୍ୟ, ‘କାନ୍‌ସ୍‌’ରେ ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ନିୟମିତ ଉପସ୍ଥାପନ କରାଯିବ ବୋଲି ଆଶା କରାଯାଉଛି। ରୁଷ୍‌ ସରକାରଙ୍କ ସହିତ ସମ୍ପୃକ୍ତି ଥିବା କେତେକ ରୁଷୀୟଙ୍କୁ ଉକ୍ତ ଚଳଚ୍ଚିତ୍ର ଉତ୍ସବରେ ଯୋଗଦେବାରୁ ବଞ୍ଚିତ କରାଯାଇଛି। ସେର୍ଗେଇ ଲୋଜ୍‌ନିତାଙ୍କ ବୃତ୍ତଚିତ୍ର ‘ଦି ନେଚୁରାଲ୍‌ ହିଷ୍ଟ୍ରି ଅଫ୍‌ ଡେଷ୍ଟ୍ରକ୍ସନ୍‌’ ସମେତ କେତେକ ପ୍ରଖ୍ୟାତ ୟୁକ୍ରେନୀୟ ଚଳଚ୍ଚିତ୍ର ନିର୍ମାତାଙ୍କର କେତେଗୁଡ଼ିଏ ଚଳଚ୍ଚିତ୍ର ଏହି ୧୨ଦିନିଆ ଉତ୍ସବରେ ପ୍ରଦର୍ଶନ କରାଯିବ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି