ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏକକ ପିଜି ନାମଲେଖା, ଆଜି ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ୍

ଭୁବନେଶ୍ୱର,୧୭/୧୨: ଗୁରୁବାର ପ୍ରକାଶ ପାଇବ ବିଭିନ୍ନ ପିଜି ବିଷୟରେ ନାମ ଲେଖା ପାଇଁ ଦ୍ୱିତୀୟ ମେରିଟ୍ ଲିଷ୍ଟ୍ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ତର (ପିଜି)ରେ ନାମଲେଖା ପାଇଁ ଦ୍ୱିତୀୟ ଚୟନ ତାଲିକା ପ୍ରକାଶ ପାଇବ।

ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ ଓ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମଲେଖା ଫି’ ଦାଖଲ କରିବେ। ଦ୍ୱିତୀୟ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିପାରିବେ ।

ଏତତ୍ ବ୍ୟତୀତ ୨୬ରେ ତୃତୀୟ ଶିକ୍ଷାନୁଷ୍ଠାନସ୍ତରୀୟ ଚୟନ ଚାଲିକା ପ୍ରକାଶ ପାଇବ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୮ ଓ ୨୯ ତାରିଖରେ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ ସହ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନର ନାମଲେଖା ଫି’ ଦାଖଲ କରିପାରିବେ ।

ତୃତୀୟ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିପାରିବେ। ୩୦ ତାରିଖରେ ପିଜି ନାମଲେଖା ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ।

ସୂଚନାଯୋଗ୍ୟ, ରାଜ୍ୟର ୭୦ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମର ୧୪ ହଜାର ୪୦୧ ସିଟ୍‌ ପାଇଁ ପିଜି ଏକକ ନାମଲେଖା ପ୍ରକ୍ରିୟା ଚାଲିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି