ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

ରାଉରକେଲା: ଉଦିତନଗର ଥାନା ଏଏସ୍‌ଆଇ ଆଲିସ୍‌ ନାରମି ଲୁଗୁନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ବିବାଦ। ଏହି ଘଟଣାରେ ପୁଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉଦିତନଗର ବିରଜାପାଲିର ଅମିତ ପାତ୍ର (୪୦) ଓ ଗୌରୀରାଣି ବିଭାର (୨୫)। କାର୍‌ ଡ୍ରାଇଭର ଓ ଅନ୍ୟମାନେ ଫେରାର ଅଛନ୍ତି। ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ସେପଟେ ମୃତ ଏଏସ୍ଆଇ ଲୁଗୁନ୍‌ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ବାମୀ ସଞ୍ଜୟ କୁମାର ଲାକ୍ରା ଲିଖିତ ଅଭିଯୋଗ କରିଛନ୍ତି। ସଞ୍ଜୟଙ୍କ ଏତଲା ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି।

ସେହି ଭଳି ଗତକାଲି ମାରପିଟ୍‌ ଘଟଣାରେ ‘ରାଜା ଗୋଲ୍‌ଡ’ ବସ୍‌ର ମାଲିକଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ପୁଲିସ ଅନ୍ୟ ଏକ ମାମଲା ରୁଜୁ କରିଛି। ଉଭୟ ଘଟଣାରେ ଗିରଫ ଦୁଇ ଜଣଙ୍କ ସମ୍ପୃକ୍ତି ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହତ୍ୟା ମାମଲା ରୁଜୁ ପରେ ମାଜିଷ୍ଟ୍ରେଟ୍‌, ପରିବାର ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପାଇଁ ପୁଲିସ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ମର୍ଗରୁ ଶବ ବାହାର କରି ପଞ୍ଚନାମା କରିଥିଲେ। ପଞ୍ଚନାମା ଶେଷ ହେବା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ଶବକୁ ଆମ୍ବୁଲାନ୍ସକୁ ନେଉଥିଲାବେଳେ ପରିବାର ଲୋକ ମନାକରିଥିଲେ। ଯେ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ  ଓ ପିସିଆର୍‌ ଭ୍ୟାନ୍‌ ଡ୍ୟୁଟିରେ ଥିବା ଦୁଇ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାନଯାଇଛି, ସେ ପର୍ଯ୍ୟନ୍ତ ମର୍ଗରୁ ଶବ ଉଠାଇବେ ନାହିଁ ବୋଲି ରୋକଠୋକ୍‌ ମନା କରିଦେଇଥିଲେ।

ADVERTISEMENT

ଯୁବତୀ ସମେତ ୨ ଗିରଫ, ଅନ୍ୟମାନେ ଫେରାର
ମର୍ଗରୁ ଶବ ଉଠାଇଲେନି ପରିବାର
ହତ୍ୟା ମାମଲା ରୁଜୁ କଲା ପୁଲିସ

recommended by

MAX LIFE INSURANCE

Stay Protected Until You Turn 85! At Just Rs. 1119/Month

GET QUOTE

ଡିଏସ୍‌ସପି ଓ ଅନ୍ୟ ପୁଲିସ ଅଧିକାରୀ ପରିବାର ଲୋକଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ବୁଝାସୁଝା କରିଥିଲେ ହେଁ ସମାଧାନର କୌଣସି ବାଟ ବାହାରି ପାରିନ ଥିଲା। ପରିବାର ଓ ସମ୍ପର୍କୀୟ ଲୋକ ଜିଦ୍‌ରେ ଅଟଳ ରହିବାରୁ ‌ପୁଲିସ ବାଧ୍ୟ ହୋଇ ଶବକୁ ପୁଣି ମର୍ଗରେ ରଖି ଫେରି ଆସିଥିଲେ। ସେପଟେ ମୃତ ଏଏସ୍‌ଆଇ ଆଲିସ୍‌ ଗତ ୧୯ ତାରିଖ ମୃତ୍ୟୁବରଣ କରିଥିବା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ବରେ ଥିଲା। ମୃତ ସୁସ୍ମିତାଙ୍କ ଭାଇ ଏଏସ୍‌ଆଇ ଆଲିସ୍‌ଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମୃତ ଏଏସ୍‌ଆଇ ଆଲିସ୍‌ ନାରିମା ଲୁଗୁନ୍‌ ଓ ସ୍ବାମୀ ସଞ୍ଜୟ କୁମାର ଲାକ୍ରାଙ୍କ ଘର ବିଶ୍ରା ବ୍ଲକ ଅନ୍ତର୍ଗତ ସନ୍ତୋଷପୁରରେ। ଏଏସ୍‌ଆଇ ଆଲିଶ ନାରିମା ଲୁଗୁନ୍‌ ତିନି ମାସ ପୂର୍ବରୁ ଝିରପାଣି ଥାନାରେ ଥିଲେ। ପରେ ତାଙ୍କୁ ଉଦିତନଗର ଥାନାକୁ ବଦଳି କରାଯାଇଥିଲା। ଉଭୟ ପତି ପତ୍ନୀ ଝିରପାଣିରେ ଘର ଭଡା ନେଇ ରହୁଥିଲେ।

ପ୍ରତିଦିନ ପରି ଗତକାଲି ସାଢ଼େ ୧୦ଟାରେ ସଞ୍ଜୟ ତାଙ୍କ ପତ୍ନୀ ଆଲିସଙ୍କୁ ଉଦିତନଗର ଥାନାରେ ଛାଡି ଯାଇଥିଲେ। ସଞ୍ଜୟଙ୍କ କହିବାନୁଯାୟୀ ଉଦିତନଗର ଛାଡିବାବେଳେ ତାଙ୍କ ପତ୍ନୀ ଆଲିସ୍‌ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭଲ ଥିଲା। ଅପରାହ୍ନ ୩ଟା ୪୫ ମିନିଟ୍‌ରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ଓ ସଂଧ୍ୟା ୫ଟାରେ କେମିତି ମୃତ୍ୟୁ ହେଲା ବୋଲି ପ୍ରଶ୍ନ କରିଛନ୍ତି। ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ଆର୍‌ଏମ୍‌ସି ଛକ ନିକଟରେ ବସ୍‌ -କାର ଧକ୍କାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌ ହୋଇଥିଲା। ଘଟଣାକୁ ‌ନିୟନ୍ତ୍ରଣ କରିବାକୁ ପିସିଆର୍‌ ଭ୍ୟାନ୍‌ରେ ଏଏସ୍ଆଇ ଆଲିସ୍‌  ଓ ଅନ୍ୟ ଦୁଇ ପୁଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଏଏସ୍‌ଆଇ ଆଲିସ୍‌ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରୁଥିବେଳେ ବେହୋସ ହୋଇ ତଳେ ପଡିଯାଇଥିଲେ। ଦୁଇ ପୁଲିସ କର୍ମଚାରୀ ଏଏସ୍ଆଇ ଲୁଗୁନ୍‌ଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।