ଅପରାଧ ଦେଶ ବିଦେଶ

ଋଷ ସେନାକୁ ରୋକିବାକୁ ଘାତକ ଯୁଦ୍ଧାସ୍ତ୍ର ପ୍ରୟୋଗ କରୁଛି ୟୁକ୍ରେନ : ରକେଟ୍ ସିଷ୍ଟମ୍ ଯୋଗାଇବ ଆମେରିକା

ୱାଶିଂଟନ୍‌ ୦୨/୦୬: ପୂର୍ବାଞ୍ଚଳରେ ରୁଷ୍‌ ସେନାକୁ ରୋକିବା ପାଇଁ ୟୁକ୍ରେନ୍‌ ଏବେ ଦୂରଗାମୀ ଯୁଦ୍ଧାସ୍ତ୍ର ଆବଶ୍ୟକ କରୁଥିବା ବେଳେ ଆମେରିକା ଏଥିଲାଗି ସହାୟତାର ହାତ ବଢ଼ାଇଛି । ୟୁକ୍ରେନ୍‌କୁ ଶକ୍ତିଶାଳୀ ରକେଟ୍‌ ସିଷ୍ଟମ୍‌ ଯୋଗାଇବାକୁ ନିଷ୍ପତ୍ତି ନେଇଛି । ପାଖାପାଖି ୫୦ ମାଇଲ୍‌ ବା ୮୦ କିଲୋମିଟର ଦୂରରୁ ଏହା ଶତ୍ରୁ ସେନା ଉପରେ ଆକ୍ରମଣ କରିପାରିବ । ଆମେରିକାର ଏଭଳି ପଦକ୍ଷେପକୁ ନିନ୍ଦା କରିଛି ରୁଷ ।

ଏଭଳି କରି ଆମେରିକା ନିଆଁରେ ଘିଅ ଢାଳୁଛି ବୋଲି କହିଛନ୍ତି କ୍ରେମ୍‌ଲିନ୍‌ ମୁଖପାତ୍ର ଦିମିତ୍ରି ପେସ୍‌କୋଭ । ପେସ୍‌କୋଭ ଦର୍ଶାଇଛନ୍ତି ଯେ ଆମେରିକା ଅନବରତ ଓ ଉଦ୍ଦେଶ୍ୟମୂଳକ ଭାବେ ୟୁକ୍ରେନ୍‌କୁ ସବୁପ୍ରକାର ସହାୟତା ଦେଇ ନିଆଁରେ ଘିଅ ଢାଳୁଛି । ଏହାଦ୍ୱାରା ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଲାଗିରହିଥିବା ବିବାଦ ଥମିବା ପରିବର୍ତ୍ତେ ବୃଦ୍ଧି ପାଇବ ।

ୟୁକ୍ରେନ୍‌ ପାଇବାକୁ ଥିବା ଏହି ରକେଟ୍‌ ସିଷ୍ଟମ୍‌ ହେଉଛି ‘ହିମାର୍ସ’ । ୟୁକ୍ରେନ୍‌ର ସୁରକ୍ଷା ପାଇଁ ବାଇଡେନ୍‌ ପ୍ରଶାସନର ଏହା ୧୧ତମ ସହାୟତା ପ୍ୟାକେଜ୍‌ । ଏହା ପୂର୍ବରୁ ଆମେରିକା ଯୁଦ୍ଧ ଅସ୍ତ୍ର, ବିଭିନ୍ନ ସରଞ୍ଜାମ, ଆର୍ଥିକ ସହାୟତା ଆଦି ଯୋଗାଇ ଦେଇଥିଲା । ନିକଟରେ ୟୁକ୍ରେନ୍‌ ପାଇଁ ୪,୦୦୦ କୋଟି ଡଲାର ମୂଲ୍ୟର ଏକ ବିଶାଳ ପ୍ୟାକେଜ୍‌ ଆମେରିକା ସଂସଦରେ ଅନୁମୋଦିତ ହୋଇଥିଲା । ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ ରକେଟ୍‌ ସିଷ୍ଟମ୍‌ ହିମାର୍ସରେ ଏଭଳି ବ୍ୟବସ୍ଥା ରହିବ, ଯାହା ୮୦ କିଲୋମିଟର ଦୂର ପର୍ଯ୍ୟନ୍ତ ରକେଟ୍‌ ମାଡ଼ କରିପାରିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ