ଦେଶ ବିଦେଶ ମନୋରଞ୍ଜନ

ଋଷଭ ପନ୍ତଙ୍କ ଜନ୍ମଦିନରେ ଉର୍ବଶୀ ଦେଲେ ଫ୍ଲାଇଂ କିସ୍‌, ଟ୍ରୋଲର୍ସ କଲେ ଟ୍ରୋଲ୍‌

ମୁମ୍ଵାଇ ୦୫।୧୦: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌଉତେଲା। ସେ ତାଙ୍କ ଲୁକ୍‌ ଓ ଷ୍ଟାଇଲ୍‌ ପାଇଁ ବେଶ୍‌ ଲୋକପ୍ରିୟ। ହେଲେ ଏବେ ପୁଣି ଥରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଟ୍ରୋଲର ଟାର୍ଗେଟକୁ ଆସିଛନ୍ତି। ସେ ଏକ ଜନ୍ମଦିନ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଉର୍ବଶୀଙ୍କର ଏକ ଭିଡିଓ ଅଛି । ଯେଉଁଥିରେ ସେ ନାଚୁଛନ୍ତି ଏବଂ ଫ୍ଲାଇଙ୍ଗ୍ କିସ୍‌ ଦେଉଥିବାର ନଜର ଆସିଛନ୍ତି । ହେଲେ ଉର୍ବଶୀ କାହାର ନାମ ଲେଖି ନାହାଁନ୍ତି। କହିବାକୁ ଗଲେ ଏହା ସମସ୍ତେ ଜାଣିଥିବେ କି ଗତ କାଲି ଅର୍ଥାତ୍‌ ଅକ୍ଟୋବର ୪ରେ କ୍ରିକେଟର ଋଷଭ ପନ୍ତଙ୍କ ଜନ୍ମଦିନ ଥିଲା। ବର୍ତ୍ତମାନ ଲୋକମାନେ ତାଙ୍କ ପୋଷ୍ଟକୁ ଋଷଭଙ୍କ ସହ ଯୋଡି ଉର୍ବଶୀଙ୍କୁ ଟ୍ରୋଲ କରୁଛନ୍ତି। ଲୋକମାନେ ଉର୍ବଶୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି।

ଉର୍ବଶୀ ରାଉତେଲା ଏବଂ ଋଷଭଙ୍କ ଲିଙ୍କଅପ୍ ଏବଂ ବ୍ରେକଅପ୍ ବିଷୟରେ ଆଲୋଚନା ଚର୍ଚ୍ଚାରେ ରହି ଆସିଛି। ଗତ ବର୍ଷ ଉର୍ବଶୀ ଟ୍ୱିଟରରେ ଋଷଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏଥର ଉର୍ବଶୀଙ୍କର ଏହି ପୋଷ୍ଟ ପୁଣି ଆଲୋଚନାକୁ ଆସିଛି । ସେ ଏହି ପୋଷ୍ଟରେ କାହାର ନାମ ଲେଖି ନାହାଁନ୍ତି। କ୍ୟାପସନରେ କେବଳ ଜନ୍ମଦିନର ଶୁଭେଚ୍ଛା ଜଣାଇ ଉର୍ବଶୀ ଏକ ଲାଲ୍ ପୋଷାକ ପିନ୍ଧିଛନ୍ତି । ଏହା ସହ ଡ୍ୟାନ୍ସ କରି ଫ୍ଲାଇଂ କିସ୍‌ କରୁଥିବାର ନଜର ଆସିଛନ୍ତି।

କହିବାକୁ ଗଲେ କିଛି ସମୟ ପୂର୍ବରୁ ଦୁହିଁଙ୍କର ଡେଟିଂ ଖବର ସାମ୍ନାକୁ ଆସିଥିଲା । ହେଲେ ପରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ୨୦୧୯ରେ, ଋଷଭ ଇଶା ନେଗିଙ୍କ ସହ ନିଜର ସମ୍ପର୍କକୁ ଖୋଲାଖୋଲି ପ୍ରକାଶ କରିଛନ୍ତି। କିନ୍ତୁ ନିକଟରେ ଉର୍ବଶୀ ରୌଉତେଲା ଏବଂ ଋଷଭ ପରସ୍ପର ଉପରେ ଟାର୍ଟେଟ୍‌ କରି ଆକ୍ରମଣ କରୁଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ