ଖେଳ ଦେଶ ବିଦେଶ

ଋଦ୍ଧିମାନ ଶାହଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବିସିସିଆଇ : ଚୁକ୍ତି ନିୟମ ଖିଲାପ ପାଇଁ ମାଗିବ ଜବାବ

ନୂଆଦିଲ୍ଲୀ, ୨୫।୦୨ : ଋଦ୍ଧିମାନ ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିସିସିଆଇ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଋଦ୍ଧିମାନଙ୍କ ସ୍ଥାନ ନମିଳିବା ପରେ ସେ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ବୋର୍ଡକୁ କଟାକ୍ଷ କରିଥିଲେ । ଏପରିକି ଜଣେ ସାମ୍ବାଦିକ ତାଙ୍କୁ ଧମକାଉଥିବା ସେ ଅଭିଯୋଗ କରିଥିଲେ । ଏପରି କରି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ନିୟମ ଉଲ୍ଲଙ୍ଘନ କରିଥିବା ବିସିସିଆଇ କହିଛି ।

ରିପୋର୍ଟ ଅନୁସାରେ, ଖେଳାଳିମାନେ ବିସିସିଆଇ ସହ କଣ୍ଟ୍ରାକ୍ଟ କରିବା ବେଳେ ଅନେକ କିଛି ନିୟମ ମାନିଥାନ୍ତି । ଖେଳାଳିମାନେ ଗଣମାଧ୍ୟମରେ କୌଣସି ଗୋପନୀୟ କଥା କହିପାରିବେ ନାହିଁ । ତେବେ ଶାହ ଦ୍ରାବିଡ ଓ ବିସିସିଆଇ ବାବଦରେ ମନ୍ତବ୍ୟ ଦେଇ ଏହାର ଉଲ୍ଲଙ୍ଘନ କରିଛନ୍ତି । ଏପରି କରି ସେ ବିବାଦରେ ଫସି ଯାଇଛନ୍ତି । ବୋର୍ଡ ଏବେ ଶାହଙ୍କୁ ଏସବୁ ବିବାଦ ଉପରେ ଜବାବ ମାଗିବ ।

ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି ଯେ, ବୋର୍ଡ ଶାହଙ୍କୁ ଜବାବ ମାଗିବ । ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଥାଇ ମଧ୍ୟ ସେ ଗଣମାଧ୍ୟମରେ ଅନେକ କଥା କହିଛନ୍ତି । ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଶାହଙ୍କ ସହ କଥା ହୋଇଥିଲେ । କିନ୍ତୁ ଦଳ ମ୍ୟାନେଜମେଣ୍ଟ ସହ ହୋଇଥିବା କଥାବାର୍ତ୍ତାକୁ ଶାହ କିପରି ପବ୍ଲିକ ଫୋରମରେ ରଖିଲେ ତାଙ୍କୁ ପ୍ରଶ୍ନ କରାଯିବ । ଗଣମାଧ୍ୟମରେ ସବୁ କଥା କହିବା ପାଇଁ ଦରକାର କଣ ଥିଲା ବୋଲି ତାଙ୍କୁ ପଚରାଯିବ ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜରେ ଋଦ୍ଧିମାନଙ୍କୁ ସ୍ଥାନ ମିଳିନଥିଲା । ତାଙ୍କ ବଦଳରେ କେଏଲ ରାହୁଲଙ୍କୁ ଚୟନ କରାଯାଇଥିଲା ।ଏଥିରେ ଅସନ୍ତୁଷ୍ଟ ହୋଇ ଶାହ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କ ସହ ହୋଇଥିବା କଥାବାର୍ତ୍ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ରାହୁଲ ଦ୍ରାବିଡ ତାଙ୍କୁ ଅବସର ନେଇ ଚିନ୍ତା କରିବା ପାଇଁ କହିଥିବା ସେ ପ୍ରକାଶ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ