ମନୋରଞ୍ଜନ

ଉଡ଼ିଗଲେ ଫ୍ଲାଇଙ୍ଗ ଶିଖ୍‌

ବଲିଉଡ୍‌ର ପ୍ରଯୋଜକ ଫରହାନ୍ ଅଖତାର, ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଆଥଲେଟ୍ ମିଲ୍‌ଖା ସିଂହଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। କରୋନା ଭାଇରସ୍ ସହିତ ମାସେ କାଳର ସଂଘର୍ଷ ପରେ ଗତ ଶୁକ୍ରବାର ରାତିରେ ମିଲ୍‌ଖା ପରଲୋକ ଗମନ କରିଛନ୍ତି। ୯୧ ବର୍ଷୀୟ ମିଲ୍‌ଖା ଚଣ୍ଡିଗଡ଼ର ପିଜିଆଇଏମ୍‌ଇଆର୍‌ ହସ୍‌ପିଟାଲ୍‌ର ଇନ୍‌ଟେନ୍‌ସିଭି କେୟାର ୟୁନିଟ୍ (ଆଇସିୟୁ) ଭିତରେ ରହି କୋଭିଡ୍ ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ବାହାରିବା ପରେ ମଧ୍ୟ ମିଲଖାଙ୍କ ଜୀବନ ରହି ପାରିଲାନାହିଁ।

କୋଭିଡ୍ ଆକ୍ରାନ୍ତ ମିଲ୍‌ଖାଙ୍କ ସହଧର୍ମିଣୀ ନିର୍ମଳ କୌର ମଧ୍ୟ ଚଳିତ ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ। ନିର୍ମଳ କୌର ସାଇନି ଅତୀତରେ ଭାରତୀୟ ଭଲିବଲ୍ ଦଳର ଅଧିନାୟିକା ଥିଲେ। ଆଥଲେଟ୍ ମିଲ୍‌ଖା ସିଂହଙ୍କ ମୃତ୍ୟୁରେ ଉଭୟ କ୍ରୀଡ଼ା ଜଗତ ଓ ସିନେମା ଜଗତର ଅଗଣିତ ମିଲଖାପ୍ରେମୀ ଶୋକବ୍ୟକ୍ତ କରିଛନ୍ତି। ୨୦୧୩ରେ ପ୍ରଯୋଜକ ରାକେଶ ଓମ୍‌ପ୍ରକାଶ ମେହରା ମିଲ୍‌ଖା ସିଂହଙ୍କ ଜୀବନ କାହାଣୀକୁ ନେଇ ‘ଭାଗ୍ ମିଲଖା’ ନାମକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏଥିରେ ମିଲ୍‌ଖାଙ୍କ ଚରିତ୍ରରେ ଅବତୀର୍ଣ୍ଣ ହେଇଥିଲେ ଫର୍‌ହାନ୍‌ ଅଖ୍‌ତାର। ଏଥିରେ ମିଲଖାଙ୍କ ପ୍ରେମିକା ବିରୋ ଭୂମିକାରେ ଥିଲେ ସୋନମ କପୁର। ସେବର୍ଷ ଏଇ ଚିତ୍ରଟି ସବୁଠୁ ଅଧିକ ବ୍ୟବସା‌ୟିକା ସଫଳତା ପାଇ ଦର୍ଶକାଦୃତ ହେଇଥିଲା। ମିଲଖା ଚରିତ୍ରରେ ଅଭିନୟ କରିବା ପାଇଁ ଅଭିନେତା ଫର୍‌ହାନ୍ ଅଖ୍‌ତାରଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ