ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉଷ୍ମତମ ବର୍ଷ ହେବାକୁ ଯାଉଛି ୨୦୨୩

ୱାସିଂଟନ: ଗତ ଜୁନ୍ ମାସ ଥିଲା ଅଦ୍ୟାବଧି ରେକର୍ଡ ହୋଇଥିବା ସବୁଠାରୁ ଉତ୍ତପ୍ତ ଜୁନ୍। ତା’ ପଛକୁ ଜୁଲାଇର ପ୍ରଥମ ୧୦ ଦିନ ବି ଇତିହାସରେ ସବୁଠୁ ଉତ୍ତପ୍ତ ଦିନର ମାନ୍ୟତା ପାଇଛି। ବର୍ତ୍ତମାନ ଆମେରିକା, ୟୁରୋପର ଅନେକ ଅଂଶ ଏବଂ ଏସିଆର କିଛି ଅଂଶ ପ୍ରବଳ ଗ୍ରୀଷ୍ମଲହରିର ସାମନା କରୁଛନ୍ତି। ପ୍ରଶାନ୍ତ ମହାସାଗର ଏବଂ ଫ୍ଲୋରିଡା ନିକଟ ଆଟଲାଣ୍ଟିକ୍ ମହାସାଗରରେ ଏଲ୍‌ନିନୋର ପ୍ରଭାବ ବୃଦ୍ଧି ଯୋଗୁ ତାପମାତ୍ରା ଅଭୂତପୂର୍ବ ଭାବେ ୯୦ ଡିଗ୍ରି ଫାରେନହିଟ (୩୨.୨ ଡିଗ୍ରି ସେଲସିୟସ) ଛୁଇଁଛି। ୧୮୦୦ ଦଶକରେ ତାପାମତ୍ରାର ରେକର୍ଡ ରଖିବା ଆରମ୍ଭ ହେବା ପରଠାରୁ ଅଦ୍ୟାବଧି ୨୦୨୩ ସବୁଠୁ ଉତ୍ତପ୍ତ ବର୍ଷ ହେବାର ସମ୍ଭବନା ଦେଖାଦେଇଛି।

ଅକ୍ଟୋବର ୨୦୧୯ରୁ ଅଣ-ଲାଭକାରୀ ଗବେଷଣା ସଂସ୍ଥା ବରକେଲି ଆର୍ଥ ପ୍ରତ୍ୟେକ ମାସର ବିଶ୍ବ ତାପମାତ୍ରାକୁ ବିଶ୍ଳେଷଣ କରୁଛି ଏବଂ ଉତ୍ତାପ ଦୃଷ୍ଟିରୁ ଚରମ ବର୍ଷର ମାନ୍ୟତା ପାଇଁ ପୂର୍ବାନୁମାନ ଜାରି କରିଛି। ଜୁଲାଇ ୧୧ରେ ପ୍ରକାଶିତ ଏହାର ସର୍ବଶେଷ ବିଶ୍ଳେଷଣରୁ ଜଣାପଡିଛି ଯେ, ଅଦ୍ୟାବଧି ୨୦୨୩ ଚରମ ଉତ୍ତପ୍ତ ବର୍ଷର ମାନ୍ୟତା ପାଇବା ସମ୍ଭାବନା ୮୦%ରୁ ଅଧିକ ରହିଛି। ଏହାର ପାଣିପାଗ ବିଜ୍ଞାନୀ ଜେକେ ହସଫାଦର ଏହି ସୂଚନା ଦେଇଛନ୍ତି। ଗବେଷକମାନେ ଜାନୁଆରିରେ ବାର୍ଷିକ ତାପମାତ୍ରା ମାନ୍ୟତା ଚୂଡାନ୍ତ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ ଅନୁଯାୟୀ ସବୁଠାରୁ ଉତ୍ତପ୍ତ ବର୍ଷ ହେଉଛି ୨୦୧୬ ଓ ୨୦୨୦।
ନ୍ୟାସନାଲ୍ ସେଣ୍ଟର ଫର ସାଇଣ୍ଟିଫିକ୍ ରିସର୍ଚ୍ଚର ପ୍ରଫେସର ତଥା ଜଳବାୟୁ ପରିବର୍ତ୍ତନ ରିପୋର୍ଟର ଲେଖକ କାମିଲ୍ ପରମେସାନ୍ କୁହନ୍ତି, ସେ ୨୦ ବର୍ଷ ଧରି ଏହି ଆଶଙ୍କା କରିଆସୁଛନ୍ତି। ଆମେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରୁନାହୁଁ। ତେଣୁ ତାପମାତ୍ରା ବୃଦ୍ଧି ଘଟୁଛି ବୋଲି ସେ କହିଛନ୍ତି। ପ୍ରାକ୍‌-ଶିଳ୍ପବିପ୍ଳବ ସମୟରେ ବାୟୁମଣ୍ଡଳର ତାପମାତ୍ରା ଯାହା ଥିଲା, ଅତ୍ୟଧିକ ସବୁଜଗୃହ ବାଷ୍ପ ନିର୍ଗମନ ହେତୁ ଏପର୍ଯ୍ୟନ୍ତ ସେଥିରେ ୧.୨ ଡିଗ୍ରି ସେଲ୍‌ସିୟସ ବୃଦ୍ଧି ଘଟି ସାରିଲାଣି। ଏହା ଏକ ସ୍ପଷ୍ଟ ଧାରା ସୃଷ୍ଟି କରିଛି। ଗତ ୨୩ ବର୍ଷ ଭିତରୁ ୨୨ ବର୍ଷ ସବୁଠୁ ଉତ୍ତପ୍ତ ଥିଲା। ଏହି ଧାରାକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ଲୋକମାନେ ତୁରନ୍ତ ଜଳବାୟୁ ପ୍ରଦୂଷଣ ସୃଷ୍ଟିକାରୀ ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇବା ବା ତା’ର ବିକଳ୍ପ ଖୋଜିବା।

ହସଫାଦର କୁହନ୍ତି, ଆମେ ଚଳିତ ବର୍ଷ ଏବଂ ଆଗାମୀ ବର୍ଷ ସାଧାରଣଠାରୁ ଅଧିକ ତାପମାତ୍ରା ଅନୁଭବ କରିବାକୁ ଯାଉଛୁ। ଦୀର୍ଘକାଳୀନ ଜଳବାୟୁ ପରିବର୍ତ୍ତନ ଶୀଘ୍ର ପୃଥିବୀକୁ ଏପରି ଉତ୍ତାପ ସ୍ତରକୁ ଠେଲି ଦେବ, ଯାହାଦ୍ବାରା ଆମେ ବାରମ୍ବାର ଚରମ ପାଣିପାଗଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେବା। ବର୍ତ୍ତମାନ ୟୁରୋପକୁ ମରୁଡ଼ି ଗ୍ରାସ କରିବାରେ ଲାଗିଛି। କାନାଡାରେ ବନାଗ୍ନି ନିୟନ୍ତ୍ରଣ ବାହାରେ, ଯେଉଁଥିରୁ ଉଠୁଥିବା ବିପଜ୍ଜନକ ଧୂଆଁର ଲହରିରେ ଉତ୍ତର ଆମେରିକାର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି। ଏଲ୍‌ନିନୋଗୁଡ଼ିକ ଶକ୍ତିଶାଳୀ ହେବା ମଧ୍ୟ ବହୁତ ବଡ଼ ଚିନ୍ତାର କାରଣ ହୋଇଛି। ଏଲ୍‌ନିନୋ ହେଉଛି ଏକ ଉଷ୍ମ ସାମୁଦ୍ରିକ ସ୍ରୋତ ଏବଂ ଏହାର ପ୍ରଭାବରେ ଉପରିସ୍ଥ ବାୟୁ ଉତ୍ତପ୍ତ ହୁଏ ଏବଂ ସେହି ବାୟୁ ପ୍ରବାହିତ ହେଉଥିବା ସ୍ଥଳଭାଗକୁ ଉତ୍ତପ୍ତ କରେ। ଏଲ୍‌ନିନୋ ଜଳବାୟୁ ପରିବର୍ତ୍ତନ ହେତୁ ବିଗତ ଦଶନ୍ଧି ମଧ୍ୟରେ ଅଧିକ ଶକ୍ତିଶାଳୀ ହୋଇଛି ଏବଂ ଆଗକୁ ଏହା ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ