ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଉଲ୍ଲେଖନୀୟ ଅବଦାନ ପାଇଁ ଗଂଜାମକୁ ପୁରସ୍କାର, ୬ ପଞ୍ଚାୟତକୁ ଜାତୀୟ ଆୱାର୍ଡ

ବ୍ରହ୍ମପୁର ୩/୪: ଗଂଜାମ ଜିଲାକୁ ୬ ଟି ଜାତୀୟ ପଂଚାୟତ ଆୱାର୍ଡ । ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲାକୁ ଏହି ଆୱାର୍ଡରେ ସମ୍ମାନୀତ କରାଯାଇଛି । କୋଭିଡ୍-୧୯ ମହାମାରୀ ସମୟରେ ମଧ୍ୟରେ ଭଲ ପ୍ରଦର୍ଶନ କରି ଗଂଜାମ ଜିଲାର ୨ ଟି ବ୍ଲକ ହିଂଜିଳି ଓ ଶେରଗଡ ଏବଂ ୪ ଟି ପଂଚାୟତ ବଡଖଣ୍ଡି, ରାମଚନ୍ଦ୍ରପୁର, ଆଡପଡା ଓ ବଡବୋରସିଙ୍ଗିକୁ ଆୱାର୍ଡ ଗୁଡିକ ପାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।

ଜିଲାର ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଓ ଭଲ କାର୍ଯ୍ୟ ପାଇଁ ହିଂଜିଳି ଓ ଶେରଗଡ ବ୍ଳକ ଏବଂ ଭାରତ ସରକାରଙ୍କ ପକ୍ଷରୁ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ଶସକ୍ତିକରଣ ପୁରସ୍କାର ଭାବେ ବଡଖଣ୍ଡି ଓ ରାମଚନ୍ଦ୍ରପୁର ପଂଚାୟତକୁ ମିଳିଛି । ସେହପରି ନିଜ ଅଂଚଳରେ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଡପଡା ପଂଚାୟତକୁ ଭାରତ ସରକାରଙ୍କ ପକ୍ଷରୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ପୋଷ୍ୟ ଶିଶୁ କାର୍ଯ୍ୟ ପାଇଁ ବଡବୋର ସିଂ ପଂଚାୟତକୁ ଚାଇଲ୍ଡ ଫ୍ରେଣ୍ଡଲି ଗ୍ରାମପଂଚାୟତ ଆୱାର୍ଡ ପ୍ରଦାନ କରିଛନ୍ତି ।

ତେବେ ଏହି ସମ୍ମାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି ଆୱାର୍ଡ ପାଇଥିବା ବ୍ଳକ ଓ ପଂଚାୟତକୁ ଶୁଭେଛା ଜଣାଇଛନ୍ତି । ସଫଳତା ଓ ଆୱାର୍ଡ ମିଳିଥିବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରେୟ ଭାଉସାହେବ ମଧ୍ୟ ଉକ୍ତ ବ୍ଳକ ଓ ପାଂଚୟତ ଟିମ୍ କୁ ପ୍ରଂଶସା କରିବା ସହ ଶୁଭେଛା ଜଣାଇଛନ୍ତି । ପୂର୍ବରୁ ମଧ୍ୟ ବହୁବାର ଗଞ୍ଜାମ ଜିଲା ଭାରତ ସରାକରଙ୍କ ପକ୍ଷରୁ ଜାତୀୟ ପୁରସ୍କାର ପାଇବାର ନଜିର ରହିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି