ରାଜ୍ୟ

ଉପାନ୍ତ ଗସ୍‌ମାହାରେ ଅଭିଶପ୍ତ ଜୀବନ: ବେସାହାରା ପାର୍ବତୀ ଓ କମାଙ୍କୁ ସାହା ହେବ କିଏ?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭଞ୍ଜନଗର : ଓଡ଼ିଶାରେ ନକ୍ସଲ୍ ହମ୍‌ଲା ଇତିହାସରେ ନୟାଗଡ଼ ହମ୍‌ଲା ‘ଅପରେସନ୍‌ ରୋପ୍‌ୱେ’ ଓ ନକ୍ସଲଙ୍କ ବିରୋଧରେ ଗସ୍‌ମାହାରେ ଅପରେସନ୍ ପୁଲିସ ବାହିନୀର ପ୍ରଥମ ସମ୍ମୁଖ ଯୁଦ୍ଧ ଆଜି ବି ଏକ ଅଭୁଲା ଅଧ୍ୟାୟ। ଏହି ଘଟଣା ପରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ତଥା କନ୍ଧମାଳ ଜିଲ୍ଲା ଅଧୀନ ରାଇକିଆ ବ୍ଲକ୍‌ର ଅଖ୍ୟାତ ପଲ୍ଲୀ ଗସ୍‌ମାହା ଜାତୀୟସ୍ତରରେ ବି ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଏହି ଘଟଣାକୁ ଆଜି ୧୫ ବର୍ଷ ବିତିସାରିଥିବା ବେଳେ ଗସ୍‌ମାହା ଗ୍ରାମକୁ ବିଭିନ୍ନ ସରକାରୀ ଯୋଜନା ଅପହଞ୍ଚ ହୋଇରହିଛି। ଆଜି ବି ଅନେକ ଗ୍ରାମବାସୀ ଦୁର୍ବିଷହ ଜୀବନ ଅତିବାହିତ କରୁଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି, ୭୫ ବର୍ଷୀୟ ପାର୍ବତୀ ମଲ୍ଲିକ।

ଗତକାଲି ଉପରଗସ୍‌ମାହା ଗ୍ରାମ‌ରେ ପାର୍ବତୀଙ୍କ ସହ ଆମର ଦେଖା ହୋଇଥିଲା। ଯିଏକି ନିଜ ଜୀବନର ଦୁଃଖଦ ଅନୁଭୂତିକୁ ବଖାଣିଥିଲେ। ପାର୍ବତୀଙ୍କ ପରିବାର କ‌ହିଲେ ସ୍ବାମୀ ଡଡ ମଲ୍ଲିକ, ପୁଅ ବାବୁଲା ଓ ଝିଅ ଗୌରୀ। ଚାଷବାସ କରି ସେମାନେ ପ୍ରତିପୋଷଣ କରୁଥିଲେ। କଷ୍ଟେମେଷ୍ଟ ତେଲଲୁଣର ସଂସାର ଚାଲିଥିବା ବେଳେ ହଠାତ୍ ଭେଣ୍ଡିଆ ପୁଅ ବାବୁଲାର ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା। ଅର୍ଥାଭାବରୁ ପାର୍ବତୀ ତା’ର ଉନ୍ନତମାନର ଚିକିତ୍ସା କରିପାରି ନଥିଲେ। ଏଭଳି ଘଡ଼ିସନ୍ଧି ସମୟରେ ସ୍ବାମୀର ଡଡ ବି ପାର୍ବତୀଙ୍କୁ ଏକାଛାଡ଼ି ଆରପାରିକୁ ଚାଲିଯାଇଥିଲେ।

ପୁଅ ଓ ସ୍ବାମୀକୁ ହରାଇ ପାର୍ବତୀ ଭାଙ୍ଗିପଡ଼ିଥିଲେ। ଝିଅ ଗୌରୀ ସହ ଝାଟିମାଟି କୁଡ଼ିଆରେ ରହିଲେ। ମାଆଝିଅ ମୂଲକାମ କରି ଯାହା ରୋଜଗାର କରୁଥିଲେ ସେଥିରେ କଷ୍ଟେମେଷ୍ଟ ଚଳିବା ଆରମ୍ଭ କରିଥିଲେ। ତେବେ ଏହାମଧ୍ୟରେ ପାର୍ବତୀ ସରକାରୀ ଆବାସ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ରାଇକିଆ ବ୍ଲକ୍ ପ୍ରଶାସନ ପକ୍ଷରୁ କାର୍ଯ୍ୟାଦେଶ ମିଳିବା ସମୟରେ ୫ ହଜାର ଟଙ୍କା ମିଳିଥିଲା। ପରେ ଆଉ କିଛି କିସ୍ତିରେ ଟଙ୍କା ପାଇ ଘର କାମ ଆରମ୍ଭ କରିଥିଲେ। ତେବେ ଘରକାମ ବର୍ତ୍ତମାନ କେବଳ ପୁନାଦିରେ ଅଟକିଯାଇଛି। ପାଖରେ ଚଳିବାକୁ ଟଙ୍କା ନଥିବା ବେଳେ ଏଭଳି ପରିସ୍ଥିତିରେ ଘର କାମ କେମିତି ଶେଷ କରିବି ବୋଲି ପାର୍ବତୀ କହିଛନ୍ତି। ସେହିପରି ପ୍ରଶାସନିକସ୍ତରରେ ମଧ୍ୟ କୌଣସି ଉଦ୍ୟମ ହୋଇନି। ଫଳରେ ଘର କାମ ସଂପୂର୍ଣ୍ଣ ହେବା ଆଶା ସେ ମନରୁ କାଢ଼ିନେଇଛନ୍ତି ବୋଲି ପାର୍ବତୀ କହିଛନ୍ତି। ଅବିବାହିତ ଝିଅ ସହ ପାର୍ବତୀ ସେମିତି ପଡ଼ିରହିଥିବା ସହ କାମ କରିବାକୁ ବୟସ ଆଉ ଅନୁମତି ଦେଉନି।

ସେହିପରି ଏହି ଗ୍ରାମର କମା ମଲ୍ଲିକଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଛି। ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କମା ଓ ପୁଅ ଧନୁର୍ଜୟ ଏକ କୁଡ଼ିଆରେ ରହିଛନ୍ତି। ସେ ମଧ୍ୟ ଆବାସ ଯୋଜନାରେ ଟଙ୍କା ପାଇଥିବା ବେଳେ କାମ କେବଳ ପୁନାଦିରେ ଅଟକିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।