କଳା ଓ ସଂସ୍କୃତି ଧର୍ମ

ଉପହାର ମିଳିଥିବା ଏହିସବୁ ଜିନିଷ ଘରୁ ଦୁରେଇ ଦିଅନ୍ତୁ, ହୋଇଥାଏ ଅଶୁଭ, ସମ୍ପର୍କରେ ସୃଷ୍ଟି ହୋଇପାରେ ଫାଟ

ଭୁବନେଶ୍ୱର ୦୬/୦୧ : ହିନ୍ଦୁ ଧର୍ମରେ ଅନେକ ଧର୍ମଶାସ୍ତ୍ର ରହିଛି। ଧର୍ମଶାସ୍ତ୍ରରେ ଅନେକ କଥା ରହିଛି ଯାହାର ମଣିଷ ଜୀବନରେ ମହତ୍ତ୍ୱ ରହିଛି। ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ କେବେବି ଭଗବାନଙ୍କ ଦ୍ୱାର, ମିତ୍ର, ଗୁରୁ ଏବଂ ପୁତ୍ରୀ ଘରକୁ ଖାଲି ହାତରେ ଯିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ କାହାକୁ କଣ ଉପହାର ଦେବା ଉଚିତ ଏବଂ କେଉଁ ଉପହାର ଦେବା ଉଚିତ ନୁହେଁ ତାହା ଜାଣିବା ନିହାତି ଆବଶ୍ୟକ। ତାଛଡା କିଏ ଦେଇଥିବା କେଉଁ ଉପହାର ଘରେ ରଖିବା ଉଚିତ ଏବଂ କେଉଁଟି ଘରେ ରଖିବା ଅନୁଚିତ ତାହା ମଧ୍ୟ ଜାଣି ରଖିବା ଦରକାର। ଉପହାର ମିଳିଥିବା କେଉଁ ସବୁ ଜିନିଷ ହାନିକାରକ ଜାଣନ୍ତୁ :

ଉପହାର ମିଳିଥିବା ଏହି ୭ଟି ଜିନିଷ ଘରୁ ଦୁରେଇ ରଖନ୍ତୁ –

୧. ଉପହାରରେ କେବେ କାହାକୁ ବାଘ, ସିଂହ, ଚିତା ଭଳି ହିଂସ୍ର ଏବଂ ଜଙ୍ଗଲି ଜନ୍ତୁଙ୍କ ଫଟୋ ଦେବା ଉଚିତ ନୁହେଁ। ଏହିଭଳି ଉପହାର ଦେବା ଏବଂ ଗ୍ରହଣ କରିବା ଅଶୁଭ ହୋଇଥାଏ।

୨. ଉପହାରରେ ବୁଡି ଯାଉଥିବା ଜାହାଜର ଫଟୋ କିମ୍ବା ମୂର୍ତ୍ତି ଆଦୌ ଘରେ ରଖିବା ଉଚିତ ନୁହେଁ। ଏହିଭଳି ଫଟୋ ଓ ମୂର୍ତ୍ତି ହାନିକାରକ ହୋଇଥାଏ।

୩. ଯଦି କିଏ ଉପହାରରେ ଧାରୁଆ ଅସ୍ତ୍ର କିମ୍ବା ଛୁରୀ ଦିଅନ୍ତି ତାହେଲେ ଏହିଭଳି ଜିନିଷ ଘରେ ରଖିବା ଉଚିତ ନୁହେଁ କାରଣ ଏହିଭଳି ଜିନିଷ ଘରେ ରଖିଲେ ଘରେ ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।

୪. କିଏ ଯଦି କଳା ରଙ୍ଗର ବସ୍ତ୍ର ଉପହାର କରିଥାନ୍ତି ତାକୁ ବି ଘରେ ରଖିବା ଉଚିତ ନୁହେଁ। ଉପହାରରେ ମିଳିଥିବା କଳା ବସ୍ତ୍ର ଘରେ ରଖିଲେ ଦୁଃଖ ଓ କଷ୍ଟ ମିଳିଥାଏ।

୫. ଉପହାର କିଏ ଜୋତା ଦେଲେ ବି ଘରେ ରଖିବା ଉଚିତ ନୁହେଁ। ଉପହାରରେ ମିଳିଥିବା ଜୋତା ଦୂରତାର ପ୍ରତୀକ ହୋଇଥାଏ। ସେଥିପାଇଁ ଉପହାରରେ ଜୋତା ଦେବା ଉଚିତ ନୁହେଁ।

୬. ଉପହାରରେ ରୁମାଲ ଦେବା ଅଶୁଭ କୁହାଯାଏ। ରୁମାଲ ଉପହାର ଦେଲେ କିମ୍ବା ଗ୍ରହଣ କଲେ ଜୀବନରେ କଷ୍ଟର ଆଗମନ ହୋଇଥାଏ ବୋଲି କୁହାଯାଏ।


୭. ଉପହାରରେ କେବେ କାହାକୁ ଘଣ୍ଟା ମଧ୍ୟ ଦେବା ଉଚିତ ନୁହେଁ। ଏହାଦ୍ୱାରା ଜୀବନର ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ