ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ଉପନିର୍ବାଚନରେ ଜିତିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ : ୫୪ ହଜାରରୁ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଦେଲେ ମାତ୍

ନୂଆଦିଲ୍ଲୀ ୦୩/୦୬: ଚମ୍ପାବତ ଉପ ନିର୍ବାଚନରେ ଜିତିଲା ବିଜେପି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଐତିହାସିକ ବିଜୟ। କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡ଼ଙ୍କୁ ୫୪ ହଜାରରୁ ଉର୍ଦ୍ଧ୍ଵ ଭୋଟ୍‌ରେ ମାତ୍ ଦେଇ ଚମ୍ପାବତ୍ ଉପନିର୍ବାଚନରେ ଧାମୀ ବିଜୟ ଲାଭ କରିଛନ୍ତି ।

ବିପୁଳ ବିଜୟ ସହ ବହୁମତ ହାସଲ କରି ମୁଖ୍ୟମନ୍ତ୍ରୀ ଧାମୀ ଉପନିର୍ବାଚନ ଜିତିଛନ୍ତି। ଏହି ଖୁସିରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଲେଣି। ତେବେ ଖଟିମାରୁ ନିର୍ବାଚନ ହାରିବା ଧାମୀ ଚମ୍ପାବତରେ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ। ଏହି ଆସନରେ ମେ ୩୧ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଐତିହାସିକ ବିଜୟ ପରେ ଧାମୀ ଜନସାଧାରଣଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ସେପଟେ ବିଜେପି ପାର୍ଟି ଅଫିସରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉତ୍ସବ ପାଳନ କରୁଛନ୍ତି।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ, କେରଳ, ଓଡ଼ିଶାର ୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇବ। ଉତ୍ତରାଖଣ୍ଡର ଚମ୍ପାବତ୍ ଆସନରେ ବିଜେପି ବାଜିମାତ୍ କରିଥିବା ବେଳେ କେରଳର ତ୍ତିକ୍କାକାରାରେ ସିପିଏମ ଏବଂ ଓଡ଼ିଶାର ବ୍ରଜରାଜନଗର ଆସନରେ ବିଜେଡି ଆଗୁଆ ରହିଛି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର