ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉପନିବେଶ ଯୁଗର ଆଇନକୁ କବର

ନୂଆଦିଲ୍ଲୀ: ଉପନିବେଶ ସମୟରୁ ଚାଲିଆସୁଥିବା ଆପରାଧିକ ଆଇନକୁ ସରକାର ମୂଳପୋଛ କରିବା ପ୍ରୟାସ ଆରମ୍ଭ କରିଛନ୍ତି ଏବଂ ନୂଆ ଆପରାଧିକ ନ୍ୟାୟ ବିଲ୍‌ ସଂସଦରେ ଗୃହୀତ କରାଇଛନ୍ତି। ବ୍ରିଟିଶ ଅମଳର ତ୍ରୁଟିପୂର୍ଣ୍ଣ ଓ ସମସ୍ୟା ସୃଷ୍ଟିକାରୀ ଆଇନଗୁଡ଼ିକୁ ଉଚ୍ଛେଦ କରିବାକୁ ସରକାର ଚାହୁଥିବାରୁ ଭାରତୀୟ ଦଣ୍ଡ ସଂହିତା ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବାକୁ ଯାଉଛି। ଗୃହମନ୍ତ୍ରୀ ଅମିତ ଶାହା ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପନ କରି କହିଥିଲେ ଯେ, ନୂଆ ଆଇନରେ ମବ୍ ଲିଞ୍ଚିଂ (ଭିଡ଼ହତ୍ୟା) ଏବଂ ନାବାଳିକା ଦୁଷ୍କର୍ମ ଭଳି ଅପରାଧ ପାଇଁ ମୃତ୍ୟୁଦଣ୍ଡ ଅନ୍ତର୍ଭୁକ୍ତ ହେବ।

ଭାରତୀୟ ନ୍ୟାୟ ସଂହିତାର ମୁଖ୍ୟାଂଶ
 ଭାରତୀୟ ନ୍ୟାୟ ସଂହିତାରେ ୨୦ଟି ନୂଆ ଅପରାଧକୁ ଅନ୍ତର୍ଭୁକ୍ତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ସଂଗଠିତ ଅପରାଧ, ଆତଙ୍କବାଦୀ କାର୍ଯ୍ୟକଳାପ, ହିଟ୍ ଆଣ୍ଡ୍ ରନ୍, ମବ୍ ଲିଞ୍ଚିଂ (ଭିଡ଼ହତ୍ୟା), ପ୍ରତାରଣା ମାଧ୍ୟମରେ ମହିଳାଙ୍କୁ ଯୌନ ଶୋଷଣ, ଭାରତ ବାହାରେ ଅପରାଧ ପାଇଁ ପ୍ରୋତ୍ସାହିତ କରିବା, ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା ଓ ଏକତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ ଏବଂ ମିଥ୍ୟା ଖବର ପ୍ରକାଶ କରିବା ଆଦି ଅନ୍ତର୍ଭୁକ୍ତ।
 ନୂଆ ବିଲ୍‌ରେ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବା, ହତ୍ୟାକାରୀଙ୍କୁ ଦଣ୍ଡଦେବା ଏବଂ ଦେଶର କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟକୁ ନିରୁତ୍ସାହିତ କରିବାକୁ ପ୍ରାଥମିକତା ଦିଆଯାଇଛି।
 ଆତଙ୍କବାଦୀ କାର୍ଯ୍ୟକଳାପର ପରିସରକୁ ବ୍ୟାପକ କରିବା ପାଇଁ ନୂଆ ବିଲ୍‌ରେ ଏବେ ବିଦେଶରେ କ୍ଷୟକ୍ଷତି କିମ୍ବା ବିନାଶ ଘଟାଇବାକୁ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ଏହା ଭାରତ ଭିତରେ ଥିବା ସରକାରୀ, ସର୍ବସାଧାରଣ କିମ୍ବା ବେସରକାରୀ ଅନୁଷ୍ଠାନଗୁଡ଼ିକର କ୍ଷତିରେ ସୀମିତ ଥିଲା।
 ଆତଙ୍କବାଦ ପ୍ରାବଧାନରେ ଏବେ ସରକାରଙ୍କୁ କୌଣସି କାର୍ଯ୍ୟ କରିବାକୁ ବାଧ୍ୟ କରିବା ପାଇଁ କୌଣସି ବ୍ୟକ୍ତିଙ୍କୁ ଅଟକ ରଖିବା କିମ୍ବା ଅପହରଣ କରିବା ମଧ୍ୟ ଅନ୍ତର୍ଭୁକ୍ତ ହେବ।
 ଅପରାଧର ଗମ୍ଭୀରତା ଉପରେ ନିର୍ଭର କରି ଭିଡ଼ହତ୍ୟା ମୃତ୍ୟୁଦଣ୍ଡକୁ ଆମନ୍ତ୍ରିତ କରିପାରେ। ନାବାଳିକାଦୁଷ୍କର୍ମ ପାଇଁ ମୃତ୍ୟୁଦଣ୍ଡକୁ ସର୍ବାଧିକ ଦଣ୍ଡ ଭାବେ ତାଲିକାଭୁକ୍ତ କରାଯାଇଛି।
 ପ୍ରଥମ ଥର ପାଇଁ ସରକାର ୫ ହଜାର ଟଙ୍କାରୁ କମ୍ ଚୋରି ଓ ଅନ୍ୟ ୫ଟି କ୍ଷୁଦ୍ର ଅପରାଧ ପାଇଁ ଦଣ୍ଡ ଭାବେ ‘କମ୍ୟୁନିଟି ସର୍ଭିସ୍’କୁ ଅନ୍ତର୍ଭୁକ୍ତ କରିଛନ୍ତି।
 ଟ୍ରାନ୍ସଜେଣ୍ଡରଙ୍କୁ ‘ଲିଙ୍ଗର ସଂଜ୍ଞା’ରେ ଅନ୍ତର୍ଭୁକ୍ତ କରାଯାଇଛି।
 ନୂଆ ବିଲ୍‌ରେ ବ୍ୟଭିଚାର ଓ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ଭାବେ ତାଲିକାଭୁକ୍ତ କରାଯାଇ ନାହିଁ।
 ଆତ୍ମହତ୍ୟା ଉଦ୍ୟମକୁ ଆଉ ଅପରାଧ ଭାବେ ବିବେଚନା କରାଯିବ ନାହିଁ।
 ଦେଶଦ୍ରୋହ ଆଇନକୁ ରଦ୍ଦ କରାଯାଇଛି ବୋଲି ଅମିତ ଶାହା ଘୋଷଣା କରିଛନ୍ତି। ପ୍ରସ୍ତାବିତ ଆଇନରୁ ଦେଶଦ୍ରୋହ ଶବ୍ଦକୁ ହଟାଇ ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକୁ ଅପରାଧ ବୋଲି ଏକ ଧାରା ପ୍ରଣୟନ କରାଯାଇଛି।
 ଦେଶଦ୍ରୋହ ସଂକ୍ରାନ୍ତ ବର୍ତ୍ତମାନର ଆଇନ ଅନୁଯାୟୀ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ନୂଆ ବ୍ୟବସ୍ଥା ଅନୁଯାୟୀ ସର୍ବାଧିକ ଦଣ୍ଡକୁ ୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ