ଅପରାଧ ରାଜ୍ୟ

ଉଧାର ଟଙ୍କା ଫେରାଇଲାନି ବୋଲି ଯୁବକଙ୍କୁ ଅମାନୁଷିକ ଦଣ୍ଡ, ବାଇକରେ ବାନ୍ଧି ୨ କିମି ଦୌଡ଼ାଇଲେ

କଟକ ୧୭/୧୦: ଉଧାର ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ଅମାନୁଷିକ ଦଣ୍ଡ । ବାଇକରେ ବାନ୍ଧି ଯୁବକଙ୍କୁ ୨ କିମି ଦୌଡ଼ାଇଲେ କିଛି ଯୁବକ । ଏଭଳି ବର୍ବରତା ଦେଖିବାକୁ ମିଳିଛି କଟକ ସହରରେ । ପ୍ରତ୍ୟେକ୍ଷଦର୍ଶୀ ଅଟକାଇବାରୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଛନ୍ତି ସେହି ଯୁବକ । କଟକ ମିସନରୋଡ ଅଞ୍ଚଳରେ ଅଧଘଣ୍ଟା ଧରି ଏଭଳି ବର୍ବରକାଣ୍ଡ ଚାଲିଥିଲେ ବି ପୁଲିସ ଜାଣି ନପାରିବା ନିହାତି ଆଶ୍ଚର୍ଯ୍ୟଜନକ ।

ଗଞ୍ଜେଇ କିଣିବାକୁ ନେଇଥିବା ଟଙ୍କା ଫେରସ୍ତ ନକରିବାରୁ ଯୁବକଙ୍କୁ ଏପରି ଅମାନବୀୟ ଭାବେ ଦଣ୍ଡିତ କରାଯାଇଥିବା କୁହାଯାଉଛି । ରବିବାର ସଂଧ୍ୟା ସାଢେ ୬ଟା ସମୟର ଘଟଣା । ମିସନ୍‌ରୋଡ୍‌ସ୍ଥିତ ଶୈଳବାଳା ମହିଳା କଲେଜରୁ ବକ୍ସିବଜାର ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପ୍ରାୟ ୨୪ ବର୍ଷ ବୟସର ଜଣେ ଯୁବକଙ୍କ ହାତକୁ ଦଉଡ଼ିରେ ବାଇକ୍‌ ପଛରେ ବାନ୍ଧି ଦିଆଯାଇଥିଲା । ବାଇକ୍‌ରେ ବସିଥିବା ଦୁଇଜଣ ଯୁବକ ତାଙ୍କୁ ଟାଣି ନେଉଥିଲେ । ଯୁବକ ଜଣକ ବାଇକ୍‌ ପଛରେ ଧଇଁସଇଁ ହୋଇ ଦୌଡ଼ୁଥିବା ବେଳେ ଦୁଇ ଯୁବକ ମାରଣାସ୍ତ୍ର ଧରି ସମସ୍ତଙ୍କୁ ଭୟଭୀତ କରି ଗାଡ଼ି ଚଲାଉଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।