ଅପରାଧ ଦେଶ ବିଦେଶ

ଉଦୟପୁର ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତକୁ ଜୁଲାଇ ୧୩ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

ଉଦୟପୁର: ରାଜସ୍ଥାନ ଉଦୟପୁରରେ କହ୍ନେୟା ଲାଲ୍‌ଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କୀକୁ ସ୍ଥାନୀୟ କୋର୍ଟ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଆଜି ଉଦୟପୁର ସେସନ କୋର୍ଟ ଅଭିଯୁକ୍ତ ରିୟାଜ ଅଖତର ଏବଂ ଘୁସ ମହମ୍ମଦକୁ ବିଚାର ବିଭାଗୀୟ ହାଜକୁ ପଠାଇ ଅନୁମତି ଦେଇଛନ୍ତି।

ଆଜି ଶୁଣାଣି ପାଇଁ ପୁଲିସ ଦୁଇ ଅଭିଯୁକ୍ତର ମୁହଁ ବାନ୍ଧି କୋର୍ଟକୁ ଆଣିଥିଲେ। ଏହି ସମୟରେ କୋର୍ଟ ପରିସରର ଓକିଲମାନେ ଭିଡ଼ ଦମାଇ ଦୁଇ ଅଭିଯୁକ୍ତକୁ ମୃତ୍ୟୁ ଦେଣ୍ଡ ଦିଆଯାଉ ବୋଲି ନାରା ଲଗାଇଥିଲେ।

ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଧାରୁଆ ରକ୍ତ ଭିଜା ଭୁଜାଲିକୁ ଉଦୟପୁର ଆଣ୍ଟି ଟେରର ସ୍କାର୍ଡ ଜବତ କରିଛି। ଉଦୟପୁର ସାପେଟିୟାରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଅଫିସ୍‌ରୁ ଏହି ମାରଣାସ୍ତ୍ର ଜବତ କରାଯାଇଛି ବୋଲି ଏଟିଏସ୍‌ ସୂଚନା ଦେଇଛି।

ପଚରାଉଚରା ବେଳେ ଅଭିଯୁକ୍ତିମାନେ ଦୋଷ ସ୍ୱୀକାର କରିବା ସହ ହତ୍ୟାକାଣ୍ଡ ପରେ ସେମାନେ ସମ୍ପର୍କୀୟ ଶୋଏବର ସାପେଟିୟା ଅଫିସ୍‌କୁ ଯାଇ ଭିଡିଓ ରେକର୍ଡିଂ କରିଥିଲେ ବୋଲି କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ