ଅପରାଧ ଦେଶ ବିଦେଶ

ଉଦୟପୁର ହତ୍ୟାକାଣ୍ଡ : କହ୍ନେୟାଲାଲଙ୍କ ୨ ହତ୍ୟାକାରୀ ଗିରଫ; କର୍ଫ୍ୟୁ ଜାରି

ଉଦୟପୁର ୨୮/୦୬ : ରାଜସ୍ଥାନର ଉଦୟପୁରରେ ଦିନ ଦ୍ୱିପ୍ରହରେ ଦରଜୀ କହ୍ନେୟାଲାଲଙ୍କ ଗଳାକାଟି ହତ୍ୟା କରିଥିବା ଦୁଇ ମୁସଲମାନ ଯୁବକ ଗୌସ ମହମ୍ମଦ ଓ ରିୟାଜଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଛି। ଏହି ୨ ଅଭିଯୁକ୍ତ ଉଦୟପୁରର ସୁରଜପୋଲର ବାସିନ୍ଦା ବୋଲି ପୋଲିସ କହିଛି। ରାଜସ୍ଥାନରେ ସ୍ପଷ୍ଟ ଦିବାଲୋକରେ ଏପରି ଅପରାଧିକ ଘଟଣା ଘଟିବା ପରେ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନଆଇଏ) ଏକ ଟିମ୍‌ ରାଜସ୍ଥାନର ଉଦୟପୁରକୁ ଯାଇଛି।

ସେବା ବନ୍ଦ କରାଯାଇଛି। ସୂଚନାଥାଉକି, ରାଜସ୍ଥାନର ଉଦୟପୁରରେ ୨ ଜଣ ମୁସଲମାନ ଯୁବକ କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କ ଦୋକାନକୁ ଯାଇଥିଲେ। ସେଠାରେ ପୋଷାକ ମାପ ଦେବା ବାହାନାରେ ମାରଣାସ୍ତ୍ର ସାହାଜ୍ୟରେ କହ୍ନେୟାଲାଲଙ୍କ ଗଳାକାଟି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ, ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବହୁ ମାତ୍ରାରେ ଭାଇରାଲ୍‌ ହେବାରେ ଲାଗିଛି। ସେଠାରେ ଏବେ ଉତ୍ତେଜନା ମୂଳକ ପିରସ୍ଥିତି ଦେଖାଦେଇଛି। ଏହା ମଧ୍ୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ସେଠାରେ ୧୪୪ ଧାରା ଜାରି କରିବା ସହିତ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି।

ଦରଜୀ କହ୍ନେୟାଙ୍କ ହତ୍ୟାକୁ ବିରୋଧ କରି ଉଦୟପୁରର ସ୍ଥାନୀୟ ବାସିନ୍ଦାମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି। ମୃତକ ଦରଜୀ କହ୍ନେୟାଲାଲ ନୂପୁରଶର୍ମାଙ୍କ ବିବାଦୀୟ ବୟାନକୁ ସମର୍ଥନ କରି ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରିଥିବାରୁ ଏପରି ହତ୍ୟାକାଣ୍ଡ କରାଯାଇଛି ବୋଲି କୁହାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ