ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜଳେଶ୍ୱର: ଭୋଗରାଇର ଉଦୟପୁରଠାରୁ ବାଲେଶ୍ୱରର ଚାନ୍ଦିପୁର ଯାଏ ସମୁଦ୍ର ତଟ ସୁରକ୍ଷା ସହ ଏକ ସୁଗମ ମେରାଇନ୍ ଡ୍ରାଇଭ୍ ରାସ୍ତା ନିର୍ମାଣ ପାଇଁ ସମୁଦ୍ରକୂଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ନେଇ ପ୍ରସ୍ତାବ ମଧ୍ୟ ସାର୍ବଜନୀନ କରାଯାଇଛି। ପ୍ରକଳ୍ପ ନିର୍ମାଣ ହେଲେ ଉପକୂଳ ସୁରକ୍ଷା ସୁନିଶ୍ଚିତ ହେବ। ସେହିପରି ରାସ୍ତା ନିର୍ମାଣ ହେଲେ ଜିଲ୍ଲାର କୃଷି ଓ ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ ହେବ ବୋଲି କୁହାଯାଇଛି।
ବାଲେଶ୍ୱର ଜିଲ୍ଲାର ଭୋଗରାଇର ଉଦୟପୁରଠାରୁ ଚାନ୍ଦିପୁର ଯାଏ ସମୁଦ୍ରତଟ ବିପଦରେ ରହିଛି। ବିଶେଷ କରି ୨୦୨୦ ମସିହାରେ ୟାସ୍ ବାତ୍ୟା ସମୟରେ ସମୁଦ୍ରର ଢେଉ ଜନବସତି ଆଡ଼କୁ ମାଡ଼ି ଆସିବାରୁ ବହୁ ସ୍ଥଳଭାଗ ସମୁଦ୍ର ଗର୍ଭକୁ ଚାଲିଯାଇଛି। ସେହିପରି ସମୁଦ୍ରତଟବର୍ତ୍ତୀ ଲୋକଙ୍କ ଜୀବନଜୀବିକା ମଧ୍ୟ ବିପନ୍ନ ହୋଇଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉଦୟପୁରଠାରୁ ତାଳସାରି ଯାଏ ତଟ ସୁରକ୍ଷା ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ଉପକୂଳ ରାସ୍ତା ନିର୍ମାଣ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି।
୩ ହଜାର କୋଟିର ମେଗା ପ୍ରକଳ୍ପ
୪ ବ୍ଲକ୍କୁ ଉତ୍କୃଷ୍ଟ ଗମନାଗମନ ସୁବିଧା
ପର୍ଯ୍ୟଟନ ଓ କୃଷି ଭିତ୍ତିଭୂମି ସୁଦୃଢ଼ ହେବ
ତଟ ସୁରକ୍ଷା ପ୍ରକଳ୍ପ ନିର୍ମାଣ ହେଲେ ଉପକୂଳ ସୁରକ୍ଷା ନିଶ୍ଚିତ ହେବ। ସେହିପରି ଉପକୂଳ ରାସ୍ତା ନିର୍ମାଣ ହେଲେ ଗମନାଗମନ ଦୃଷ୍ଟିରୁ ଭୋଗରାଇରୁ ବାଲେଶ୍ୱରକୁ ଦୂରତା ମଧ୍ୟ କମିଯିବ। ଭୋଗରାଇର ଉଦୟପୁରଠାରୁ ବାଲେଶ୍ୱରର ଦୂରତା ୧୧୦ କିମି। ଉପକୂଳ ରାସ୍ତା ନିର୍ମାଣ ହେଲେ ଭୋଗରାଇରୁ ବାଲେଶ୍ୱରକୁ ୬୦ କିମି ଦୂରତା କମିଯିବ। ଜିଲ୍ଲାର ୪ଟି ବ୍ଲକ୍, ଯଥା; ଭୋଗରାଇ, ବାଲିଆପାଳ, ବାଲେଶ୍ୱର ସଦର ଓ ରେମୁଣା ତହସିଲ ଇଲାକା ଦେଇ ପ୍ରସ୍ତାବିତ ରାସ୍ତା ଯାଉଥିବାରୁ ଧାନ, ପାନ, ମୀନର ଉକ୍ତ ଅଞ୍ଚଳର ଗୁରୁତ୍ବ ବୃଦ୍ଧି ପାଇବ। ବିଶେଷ କରି କୃଷିଜାତ ସାମଗ୍ରୀ, ମାଛ ଇତ୍ୟାଦି କୋଲକାତା ସହର ସହ ଅନ୍ୟ ସ୍ଥାନକୁ ଯାଇପାରିବ। ତାଳସାରୀ, କୀର୍ତ୍ତନିଆ, କଷାଫଳ, ହଂସକରା, ବଳରାମପୁର, ବାହାବଳପୁର ଆଦି ମାଛଧରା କେନ୍ଦ୍ରଗୁଡ଼ିକ ଯୋଡ଼ି ହେବା ସହ ଗୁରୁତ୍ବ ବୃଦ୍ଧି ପାଇବ।
ସେହିପରି ମନୋରମ ବେଳାଭୂମି ଉଦୟପୁର, ତାଳସାରି, ଡଗରା, ଚୌମୁଖ, ଚାନ୍ଦିପୁର ସହ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଓ ଭୁଷଣ୍ଡେଶ୍ବର ଆଦି ସ୍ଥାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି; ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ, ଆଇନଶୃଙ୍ଖଳା ପରିସ୍ଥିତି ସମୟରେ ପ୍ରଶାସନ ଖୁବ୍ କମ୍ ସମୟରେ ଉପରୋକ୍ତ ଅଞ୍ଚଳଗୁଡ଼ିକରେ ପହଞ୍ଚି ଉଦ୍ଧାର କିମ୍ବା ସହାୟତା କାର୍ଯ୍ୟ କରିପାରିବ। ତେବେ ପ୍ରସ୍ତାବିତ ରାସ୍ତା ୪ଟି ନଦୀ, ଯଥା; ସୁବର୍ଣ୍ଣରେଖା, ହଁସକରା, ପଞ୍ଚୁପଡ଼ା ଓ ବୁଢ଼ାବଳଙ୍ଗକୁ ଅତିକ୍ରମ କରୁଥିବାରୁ ନଦୀଗୁଡ଼ିକୁ ଉପରେ ୪ଟି ହାଇ ଲେବୁଲ୍ ବ୍ରିଜ୍ ନିର୍ମାଣର ଆବଶ୍ୟକତା ରହିଛି।
ତେବେ ପ୍ରକଳ୍ପ ବାବଦରେ ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବାଲେଶ୍ବର ସଦର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଓ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରକଳ୍ପ ସପକ୍ଷରେ ଅନୁକୂଳ ମତ ରଖିଛନ୍ତି। ପ୍ରକଳ୍ପ ପାଇଁ ଆନୁମାନିକ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାକୁ ପ୍ରାକ୍ ଆକଳନ କରାଯାଇଥିବା ବେଳେ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅନୁଦାନ ଦିଅନ୍ତୁ ବୋଲି ମତପ୍ରକାଶ ପାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l