ଦେଶ ବିଦେଶ ମନୋରଞ୍ଜନ

ଉଦୟପୁରରେ ଧୁମଧାମରେ ହେଲା କଙ୍ଗନାଙ୍କ ଭାଇ ଅକ୍ଷତଙ୍କ ବିବାହ : ରାଜସ୍ଥାନୀ ଲୋକଗୀତର ତାଳେତାଳେ ଝୁମିଲେ ଅଭିନେତ୍ରୀ

ମୁମ୍ବାଇ ୧୨/୧୧: କଙ୍ଗନା ରନୌତଙ୍କ ଭାଇ ଅକ୍ଷତ ରିତୁ ସାଙ୍ଗଓ୍ବାନଙ୍କୁ ବିବାହ କରିଛନ୍ତି। ଉଦୟପୁରର ଲୀଳା ପ୍ୟାଲେସରେ ହୋଇଥିବା ଏହି ବିବାହର ଫଟୋ କଙ୍ଗନା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି,‘ପ୍ରିୟ ବନ୍ଧୁଗଣ,ତାଙ୍କ ଭାଇ ଅକ୍ଷତ ଏବଂ ବୋହୂ ରିତୁଙ୍କୁ ଆଶୀର୍ବାଦ ଦିଅନ୍ତୁ।’ବିବାହର ଥିମ୍ ରଜଓ୍ବାଡ଼ା ରଖାଯାଇଥିଲା।


କଙ୍ଗନା ରନୌତ ଏହା ପୂର୍ବରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ,ଯେଉଁଥିରେ ସେ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ରାଜସ୍ଥାନୀ ଲୋକଗୀତରେ ଝୁମି ଝୁମି ଡାନ୍ସ କରୁଥିବା ନଜର ଆସିଛନ୍ତି। କଙ୍ଗନା ଭିଡିଓର କ୍ୟାପସନରେ ଏହି ଇଭେଣ୍ଟକୁ ନିଜ ପରିବାର ପାଇଁ ବଡ଼ ଦିନ କହିଥିବାବେଳେ ଜାମିନରେ ମୁକୁଳିଥିବା ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ସ୍ବାଗତ କରିଛନ୍ତି।

କଙ୍ଗନା ମେହେନ୍ଦୀ ସେରେମନିର କିଛି ଫଟୋ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ଗୋଟିଏରେ ଅକ୍ଷତ ନିଜ ହାତରେ ଲାଗିଥିବା ମେହେନ୍ଦୀ ଦେଖାଉଥିବା ନଜର ଆସିଛନ୍ତି। କଙ୍ଗନା କ୍ୟାପସନରେ ଲେଖିଥିଲେ ଯେ ମୋ ଭୋଲୁର ହାତରେ ଛୋଟ ଆକାଶଗଙ୍ଗା ମୋ ଦ୍ବାରା ଅଙ୍କା ହୋଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ