ରାଜ୍ୟ

ଉଦ୍‌ବେଗଜନକ ଭାବେ ବଢୁଛି ବଜ୍ରପାତ ମୃତ୍ୟୁ: କାର୍ଯ୍ୟକାରୀ ହେଉନି ତାଳଗଛ ରୋପଣ ଯୋଜନା

କଟକ: ରାଜ୍ୟରେ ବଜ୍ରପାତ ମୃତ୍ୟୁକୁ ନେଇ ଏବେ ଆତଙ୍କ ଆଉ ଉଦ୍‌ବେଗ ପ୍ରକାଶ ପାଉଛି। ବର୍ଷକୁ ବର୍ଷ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢି ଚାଲିଛି। ହାରାହାରି ଭାବେ ପ୍ରତିବର୍ଷ ବଜ୍ରପାତ ମୃତ୍ୟୁସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଉଥିବା ତଥ୍ୟ କହୁଛି। ସାଧାରଣ ଭାବେ ବଜ୍ରପାତ ମୃତ୍ୟୁସଂଖ୍ୟା ଗ୍ରାମାଞ୍ଚଳରେ ଅଧିକ ହୋଇ ଆସୁଥିବା ବେଳେ ଏବେ ସହର ଆଖପାଖ ଅଞ୍ଚଳରେ ବି ବଜ୍ରପାତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ତଥ୍ୟ ଅନୁଯାୟୀ ବର୍ତ୍ତମାନ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟାର ୯୦ ପ୍ରତିଶତ ଗ୍ରାମାଞ୍ଚଳରେ ଘଟୁଥିବା ବେଳେ ସହରାଞ୍ଚଳରେ ୧୦ ପ୍ରତିଶତ ମୃତ୍ୟୁ ଘଟୁଛି।

ବଜ୍ରପାତ ନିୟନ୍ତ୍ରଣରେ ତାଳଗଛର ଭୂମିକା ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ବେଳେ ଗ୍ରାମାଞ୍ଚଳରେ ତାଳଗଛ ସଂଖ୍ୟା ହ୍ରାସ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ ଏବେ ତାଳଗଛ ଲଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବି ସଚେତନତା ଅଭାବରୁ ବଜ୍ରପାତ ଜନିତ ମୃତ୍ୟୁ ଅନେକ କ୍ଷେତ୍ରରେ ପଞ୍ଜୀକୃତ ହୋଇପାରୁ ନାହିଁ। ଏଥିପାଇଁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନର ବ୍ୟବସ୍ଥା ଥିଲେ ବି ତାହାକୁ ଅନେକ ପାଇ ପାରୁ ନାହାନ୍ତି।

କଟକ ଜିଲ୍ଲା‌ରେ ଗତ ୨୦ ବର୍ଷରେ ବଜ୍ରପାତରେ ୪୦୦ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୦୬ରେ ବଜ୍ରପାତରେ କଟକ ଜିଲ୍ଲାରେ ୩୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦୭ରେ ୩୦, ୨୦୦୮ରେ ୧୮ଜଣଙ୍କ ମୃତ୍ୟୁ ହୋଇଛି। ୨୦୦୯ରୁ ୨୦୧୧ ମଧ୍ୟରେ କୌଣସି ମୃତ୍ୟୁ ପଞ୍ଜୀକରଣ ହୋଇନାହିଁ। ୨୦୧୨ରେ ୧୫ ଜଣ, ୨୦୧୩ରୁ ୨୦୧୬ ଭିତରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୭ରେ ୨୨ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ୨୦୧୮ରେ ମାତ୍ର ୭ଜଣଙ୍କ ନାମ ପଞ୍ଜିକୃତ ହୋଇଛି। ୨୦୧୯ରେ ୧୨ ଓ ୨୦୨୦ରେ ୯ଜଣ ବଜ୍ରପାତରେ ମୃତ୍ୟୁ ବାବଦ କ୍ଷତିପୂରଣ ପାଇଛନ୍ତି। ସେହିଭଳି ୨୦୨୦ରୁ ୨୦୨୩ ମଧ୍ୟରେ ୫୦ରୁ ଅଧିକ ଲୋକଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ବଜ୍ରପାତଜନିତ ମୃତ୍ୟୁ ପାଇଁ ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କାର ସରକାରୀ ସହାୟତା ଦିଆଯାଉଥିଲେ ବି ଅନେକ ମୃତକଙ୍କ ପରିବାର ଏଥିପାଇଁ ଆବେଦନ କରି ନଥିବା ଜଣାପଡିଛି। କଟକ ଜିଲ୍ଲ‌ାର ବଡମ୍ବା ଓ ନରସିଂହପୁର, ଆଠଗଡ଼ ଓ ତିଗିରିଆ ଅଞ୍ଚଳରେ ସର୍ବାଧିକ ବଜ୍ରପାତଜନିତ ମୃତ୍ୟୁ ଘଟୁଛି। ବଜ୍ରପାତ ଜନିତ ସଚେତନତା ସୃଷ୍ଟି କରିବା ସହିତ ତାଳଗଛ ରୋପଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଥିଲେ ବି ଏ ଦିଗରେ ଏଯାଏ କାର୍ଯ୍ୟକ୍ରମ ହାତକୁ ନିଆ ନଯିବା ବି ଉଦବେଗର କାରଣ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।