ଅପରାଧ ରାଜ୍ୟ

ଉଦଳା‌ ହାଜତ ମୃତ୍ୟୁ ମାମଲା: ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା

ଉଦଳା-୧ : ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ମନ୍ଦାରପୁର ଅଞ୍ଚଳର ପ୍ରଦୀପ କୁମାର ଦାସ (୩୮) ଗତ ୭ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଉଦଳା ପୁଲିସ ହେପାଜତ‌ରେ ଥିବାବେଳେ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ମାଡ଼ରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଏ ନେଇ ହିମାଂଶୁ ଶେଖର ନାୟକ ନାମକ ବ୍ୟକ୍ତି ଆଜି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାଏର କରିଛନ୍ତି। ପୁଲିସର ନିର୍ଯାତନାରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବାରୁ ଏହା ମାନବାଧିକାରର ଉଲ୍ଲଂଘନ କରୁଛି। ତେଣୁ କମିଶନ ତୁରନ୍ତ ଏଥିରେ ହସ୍ତ‌କ୍ଷେପ କରିବାକୁ ସେ ଅପିଲ୍‌ କରିଛନ୍ତି।

ଏପଟେ ଏହି ମାମଲାକୁ ନେଇ ପୁଲିସ ହରଡ଼ଘଣାରେ ପଡ଼ିବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାସ ଗତକାଲି ଠାରୁ ଉଦଳାକୁ ଯାଇ ତଦନ୍ତ ଚଳାଇଛନ୍ତି। ଆଜି ଶ୍ରୀ ଦାସ ଉଦଳା ଥାନାର ସମସ୍ତ କର୍ମଚାରୀଙ୍କୁ ଜଣଜଣ କରି ଘଟଣା ବାବଦରେ ପଚରାଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଛନ୍ତି। ସନ୍ଧ୍ୟାରେ ଏସ୍‌ପି ଋଷିକେଷ ଦ୍ୟାନ‌ଦେଓ ଖିଲାରୀ ନିଜେ ଉଦଳା‌ ଥାନାରେ ପହଞ୍ଚି ଘଟଣା ଛାନ୍‌ଭିନ୍‌ କରିଛନ୍ତି। ତେବେ, ହାଜତ ମୃତ୍ୟୁ ନୁହେଁ ବରଂ ଶାରୀରିକ ଅସୁସ୍ଥତା ପାଇଁ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା କଥା ବାରମ୍ବାର ଦୋହରାଇଛନ୍ତି ଉଦଳା ଥାନା ଅଧିକାରୀ ନିରୋଜ କୁମାର ସାମଲ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।