ଅପରାଧ ଦେଶ ବିଦେଶ

ଉତ୍ତର ୟୁକ୍ରେନରେ ଆକ୍ରମଣ ଜୋରଦାର, ବିମାନ ଆକ୍ରମଣରେ ୮ ମୃତ

କିବ୍‌: ଉତ୍ତର ୟୁକ୍ରେନରେ ରୁଷ୍‌ ଆକ୍ରମଣ ଜୋରଦାର କରିଛି। ରୁଷ୍‌ର ବିମାନ ଆକ୍ରମଣ ଯୋଗୁଁ ଉତ୍ତର ୟୁକ୍ରେନର ଚେର୍ନିହିବ ସ୍ଥିତ ଦେସନା ଗ୍ରାମରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ‌ରୁଷ୍‌ ଗତ କିଛି ଦିନ ଧରି ଚେର୍ନିହିବରେ ଆକ୍ରମଣ ବନ୍ଦ କରିଥିଲା। କିନ୍ତୁ ପୁଣିଥରେ ଏହା ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଆକ୍ରମଣ ଆରମ୍ଭ କରିଛି। ଅନ୍ୟପକ୍ଷେ ପଶ୍ଚିମ ୟୁକ୍ରେନ୍‌ରେ ରୁଷ୍‌ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରର ଅସ୍ତ୍ର ଯୋଗାଣ ସ୍ଥଳକୁ ଧ୍ବଂସ କରିଦେଇଛି। ୟୁକ୍ରେନର ଲଭିବ ସହରରେ ରୁଷ୍‌ ଭୟଙ୍କର ବିସ୍ଫୋରଣ କରିଛି। ଲୁହାନସ୍କ ଏବଂ ‌ଡୋ‌ନେସ୍କରେ ବୋମାବର୍ଷା ଯୋଗୁଁ ଗତକାଲି ୨୦ ଜଣଙ୍କ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷେ ମାରିୟୁପୋଲ୍‌ର ଆଜବଷ୍ଟଲ ଷ୍ଟିଲ ପ୍ଲାଣ୍ଟ୍‌ରେ ୨୬୫ ୟୁକ୍ରେନ ସୈନିକ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ କିଛି ଆହତ ସୈନିକ ମଧ୍ୟ ଅଛନ୍ତି। ଆତ୍ମସମର୍ପଣ କରିଥିବା ୟୁକ୍ରେନ ସୈନିକଙ୍କୁ ରୁଷ୍‌ ଆତଙ୍କବାଦୀ କହିଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୨୬୫ ୟୁକ୍ରେନ ସୈନିକ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୫୧ ଜଣ ଅତି ଗଭୀର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଜବଷ୍ଟଲ୍‌ରେ ‌ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜବଷ୍ଟଲ୍‌ରେ ଏବେ ୬୦୦ରୁ ଅଧିକ ସୈନିକ ଅଛନ୍ତି ବୋଲି କୁହାଯାଉଛି। ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ ୨୬୦ରୁ ଅଧିକ ୟୁକ୍ରେନ୍‌ ସୈନିକଙ୍କୁ ଉଦ୍ଧାର କରାଯାଇଛି ବୋଲି ରୁଷ୍‌ କହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ